Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏହି ପୂର୍ବତନ ଆଇଏଏସ୍ ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ

    Share on :
    ajab-Image
    Date: Oct 13, 2021    Views: 4160

    ନୁଆଦିଲ୍ଲୀ: ଗତ ମାସରେ ଉଚ୍ଚଶିକ୍ଷା ସଚିବ ଭାବରେ ଅବସର ନେଇଥିବା ପୂର୍ବତନ ଆଇଏଏସ୍ ଅମିତ ଖେରଙ୍କୁ ଦୁଇ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି ବୋଲି ମଙ୍ଗଳବାର ଦିନ ଏକ କର୍ମଚାରୀ ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି। ୧୯୮୫ ବ୍ୟାଚ୍ (ଅବସରପ୍ରାପ୍ତ) ଅଫିସର ଝାଡଖଣ୍ଡ କ୍ୟାଡରର ଆଇଏସ୍ ଅଧିକାରୀ ଶ୍ରୀ ଖେର ସେପ୍ଟେମ୍ବର ୩୦ ରେ ନିଜର କାର୍ୟ୍ୟକାଳ ପୁରଣ କରିଥିଲେ।

    ଚୁକ୍ତି ଆଧାରରେ ଭାରତ ସରକାରଙ୍କ ସଚିବ ପଦବୀରେ ଏବଂ ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ପରାମର୍ଶଦାତା ଭାବରେ ନିଯୁକ୍ତିକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି। ସେ ଡିସେମ୍ବର ୨୦୧୯ ରେ ଶିକ୍ଷା ମନ୍ତ୍ରଣାଳୟ (ଉଚ୍ଚଶିକ୍ଷା ବିଭାଗ) ର ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଅଧୀନରେ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ୨୯ ଜୁଲାଇ ୨୦୨୦ ରେ କ୍ୟାବିନେଟ୍ ଅନୁମୋଦନ କରିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook