Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ରହିଛି:ସାଲୁଗା ପ୍ରଧାନ

    Share on :
    ajab-Image
    Date: Nov 20, 2023    Views: 3678

     ଭୁବନେଶ୍ୱର: ଦଳର ସଭାପତି ମୋ’ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବରିଷ୍ଠ ସଦସ୍ୟଙ୍କ ମତାମତ ଓ ପରାମର୍ଶ ନେଇ ଗୃହ କାର୍ୟ୍ୟକୁ ସୁରୁଖୁରରେ ଚଳାଇବି। ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ୟ୍ୟ ଚଳାଇବାକୁ ଚେଷ୍ଟା କରିବି। ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ରହିଛ। କାରଣ ମୁଁ ୨, ୨ ଥରର ବିଧାୟକ । ଉପବାଚସ୍ପତି ପ୍ରାର୍ଥୀଭାବେ  ନାମାଙ୍କନ ଦାଖଲ ପରେ ଏଭଳି କହିଛନ୍ତି ସାଲୁଗା ପ୍ରଧାନ।

    ବିଜେଡି ଜି.ଉଦୟଗିରିରୁ ଦୁଇ ଥରର ବିଧାୟକ ସାଲୁଗାଙ୍କ ନାଁ ଘୋଷଣା କରିବା ପରେ ସେ ନାମାଙ୍କନ ଦାଖଲ କରିଛନ୍ତି। ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଛନ୍ତି ସାଲୁଗା ପ୍ରଧାନ । ସାଲୁଗାଙ୍କ ନାଁ ଘୋଷଣା କରି ବିଜେଡି ଆଦିବାସୀ କାର୍ଡ ଖେଳିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ଜବାବ ରଖି ଖୋଦ ସାଲୁଗା ପ୍ରଧାନ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

    ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ୨୦୧୯ରୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବାରୁ ସଂଗଠନକୁ ଗୁରୁତ୍ୱ ଦେଇପାରିନଥିଲେ ରଜନୀକାନ୍ତ। ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ପରେ ସେ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନୁଗୁଳର ସଂଗଠନ ଦାୟିତ୍ୱ ନେବେ ବୋଲି ଗଣମାଧ୍ୟମକୁ କହିଥିଲେ।

    ୨୧ ତାରିଖ ପୂର୍ବାହ୍ଣ ୯ଟାରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ, ତେବେ ସଂଖ୍ୟାଦୃଷ୍ଟିରୁ ଶାସକ ବିଜେଡି ଦ୍ୱାରା ମନୋନୀତ ପ୍ରାର୍ଥୀ ହିଁ ଉପବାଚସ୍ପତି ହେବେ। 

    Maximum 500 characters

    ତାଜା ଖବର View all

    Find Us on Facebook