ମୁଖ୍ୟ ଖବର
ସବୁ ମଣିଷଙ୍କ ଜୀବନରେ ସ୍ତ୍ରୀର ଭୂମିକା ବହୁତ ମହତ୍ତ୍ବପୂର୍ଣ୍ଣ ଥାଏ। ଆଜିର ଦିନରେ ଅଧିକାଂଶ ଲୋକ ଏହା ଭାବନ୍ତି କି ସେମାନଙ୍କ ଜୀବନରେ ଆସୁଥିବା ସ୍ତ୍ରୀ ତାଙ୍କ ସ୍ବାମୀର ଭାଗ୍ୟର ଚାବି ନେଇ ଆସିବ। ଆଉ ଏହି କଥା ୧୦୦ପ୍ରତିଶତ ସତ କି, କିଛି ପୁରୁଷଙ୍କ ଭାଗ୍ୟ ସ୍ତ୍ରୀ ଆସିବା ପରେ ହିଁ ଖୋଲିଥାଏ। ପ୍ରାଚୀନ କାଳରେ ଏମିତି କୁହାଯାଉଥିଲା କି, ଯେଉଁ ଘରେ ସ୍ତ୍ରୀ ଖୁସିରେ ରୁହେ ସେହି ଘର ସ୍ବର୍ଗ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏମିତି କିଛି ମିହିଳାଙ୍କ ବିଷୟରେ ଯେଉଁମାନେ ଘରକୁ ଆସିବା କ୍ଷଣି ହିଁ ଗୃହସ୍ବାମୀ ରାଜା ହୋଇଯାଆନ୍ତି।
ଯଦି କୈାଣସି ସ୍ତ୍ରୀର ପାଦର ତଳିଭାଗରେ ତ୍ରିକୋଣ ହୋଇଥିବ ତେବେ ସେହିଭଳି ସ୍ତ୍ରୀ ବୁଦ୍ଧିମାନ ହୋଇଥିବ।
ଏହା ବ୍ୟତୀତ ସର୍ପକାର ପାଦ ଥିବା ସ୍ତ୍ରୀ ସବୁବେଳେ ସୁଖରେ ରହିଥାନ୍ତି ଏବଂ ନିଜ ଘରକୁ ସ୍ବର୍ଗ କରିଦେଇଥାନ୍ତି।
ଯଦି କୈାଣସି ସ୍ତ୍ରୀର ନାଭି ପାଖରେ କଳାଜାଇ ଚିହ୍ନ ଥିବ ତାଙ୍କର ଦାମ୍ପତ୍ୟ ଜୀବନ ସୁଖୀ ରହିଥାଏ।
ଯେଉଁ ସ୍ତ୍ରୀର ଆଙ୍ଗୁଠି ଲମ୍ବା ହୋଇଥାଏ ସେ ତା ଜୀବନରେ ବିଭିନ୍ନ ପ୍ରକାର ଅଶାନ୍ତିକୁ ସାମ୍ନା କରିଥାଏ।
ଯେଉଁ ସ୍ତ୍ରୀର ଆଖି ହରିଣୀ ଆଖି ଭଳି ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ।
ଯେଉଁ ମହିଳାଙ୍କ ମଥା ବା କପାଳ ମଧ୍ୟରେ କଳାଜାଇ ଚିହ୍ନ ଥାଏ ତାର ବିବାହ ଧନୀ ବ୍ୟକ୍ତି ସହିତ ହୋଇଥାଏ।
Comments ସମସ୍ତ ମତାମତ