Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ୪ କାରଣ ପାଇଁ ପତି-ପତ୍ନୀ ସମ୍ପର୍କରେ ହୋଇଥାଏ ଫାଟ, ଭାଙ୍ଗିଯାଏ ମଧୁର ସମ୍ପର୍କ

    Share on :
    ajab-Image
    Date: Oct 14, 2021    Views: 2707

    ନୀତି ଶାସ୍ତ୍ରରେ ସୁଖଦ ବୈବାହିକ ଜୀବନକୁ ନେଇ ଆଚାର୍ୟ୍ୟ ଚାଣକ୍ୟ ବହୁ ଉପଦେଶ ଦେଇଛନ୍ତି। ପତି-ପତ୍ନୀର ସମ୍ପର୍କ କିଭଳି ହେବା ଉଚିତ୍ ସେନେଇ ନୀତି ଶାସ୍ତ୍ରରେ ଚାଣକ୍ୟ କହିଛନ୍ତି। ଚାଣକ୍ୟ କହିଛନ୍ତି ଯେ, ପତି-ପତ୍ନୀର ସମ୍ପର୍କ ଯେତିକି ମଜବୁତ ସେତିକି ସରଳ ମଧ୍ୟ। ଏହି ସମ୍ପର୍କ ବିଭିନ୍ନ ସମୟରେ ଛୋଟ ଛୋଟ ଭୁଲ୍ ପାଇଁ ଭାଙ୍ଗି ଯାଇଥାଏ। ତେବେ ଜାଣନ୍ତୁ ପତି-ପତ୍ନି ସମ୍ପର୍କକୁ ନେଇ ଚାଣକ୍ୟଙ୍କ ବାଣୀ ସମ୍ପର୍କରେ

    ଚାଣକ୍ୟ କହିଛନ୍ତି ଯେ, ଏହି ୪ କାରଣ ପାଇଁ ପତି-ପତ୍ନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ତେବେ ଏହି ୪ କାରଣକୁ ସୁଧାରି ଆପଣଙ୍କ ବୈବାହିକ ଜୀବନକୁ କରନ୍ତୁ ସୁଖମୟ।

    ୧- ଯଦି ପତ୍ନୀର ଜୀବନରେ ପତିର ହସ୍ତକ୍ଷେପକୁ ପତ୍ନୀ ପସନ୍ଦ କରେ ନାହିଁ ଏଭଳି ସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

    ୨- ଯଦି ପତି-ପତ୍ନୀ ଦୁହେଁ ଦୁହିଁଙ୍କୁ କଥା ଲୁଚାନ୍ତି ତେବେ ଜାଣିବ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।

    ୩-ପତି-ପତ୍ନୀଙ୍କ ସମ୍ପର୍କ କେବଳ ଭାବନାତ୍ମକ ନୁହେଁ ବରଂ ଜଣେ ଅନ୍ୟ ଜଣଙ୍କୁ ସମ୍ମାନ ଦେବା ମଧ୍ୟ ଜରୁରୀ। ଯଦି ପତି-ପତ୍ନୀ ଜଣେ ଅନ୍ୟ ଜଣଙ୍କୁ ଅସମ୍ମାନ କରିବେ ତେବେ ସମ୍ପର୍କ ଭାଙ୍ଗି ଯାଇଥାଏ।

    ୪-ପତି-ପତ୍ନୀ କେବେ ଜଣେ ଅନ୍ୟ ଜଣଙ୍କର ଧନ ଉପରେ ଲୋଭ ରଖିବା ଉଚିତ୍ ନୁହେଁ। ଯେଉଁ ସାଥୀ ଟଙ୍କାରୁ ଅଧିକ ଖୁସୀକୁ ମହତ୍ତ୍ଵ ଦିଏ ଏବଂ ଜଣେ ଅନ୍ୟ ଜଣଙ୍କୁ ସମ୍ମାନ କରନ୍ତି ତାଙ୍କର ବୈବାହିକ ଜୀବନ ସୁଖଦ ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook