ମୁଖ୍ୟ ଖବର
ଦିଗପହଣ୍ଡି: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା’ ବାଙ୍କେଶ୍ୱରୀ ମନ୍ଦିର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତରେ ଥିବା ଏହି ମନ୍ଦିରର ଦାନହୁଣ୍ଡି ଶନିବାର ଖୋଲା ଯାଇଥିଲା।ସେଥିରୁ ୧୧ ଲକ୍ଷ ୯୩ ହଜାର ୬ ଶହ ଟଙ୍କା ମିଳିଥିବା ଜଣାପଡ଼ିଛି। ସମୟ ଅଭାବରୁ ମନ୍ଦିର ପରିସରରେ ଥିବା ଆଉ ଏକ ଦାନହୁଣ୍ଡି ଖୋଲା ଯାଇନଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ଏହି ଦାନ ହୁଣ୍ଡି ଖୋଲାଯିବା ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। ଗତ ବର୍ଷ ପୂର୍ବେ ଦାନହୁଣ୍ଡି ଖୋଲା ଯାଇ ସେଥିରୁ ୯ ଲକ୍ଷ ଟଙ୍କା ମିଳିଥିଲା। ଦାନହୁଣ୍ଡିରୁ ଏବଂ ଅନଲାଇନ ମାଧ୍ୟମରେ ଭକ୍ତ ମାନଙ୍କ ଠାରୁ ମିଳିଥିବା ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟାଙ୍କ ଜମାଖାତାରେ ଥିବା ଜଣାପଡ଼ିଛି।
Comments ସମସ୍ତ ମତାମତ