Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହ୍ୟୁମାନ୍‌ ସାଗର ମୃତ୍ୟୁ ଘଟଣା: ହାଇକୋର୍ଟରେ ସୋମେଶ୍‌ଙ୍କ ଆଗୁଆ ଜାମିନ ଆବେଦନ

    Share on :
    ajab-Image
    Date: Dec 25, 2025    Views: 2781

    କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେ ଏହି ଆବେଦନ କରିଛନ୍ତି ।

    ଗତ ୨୧ ତାରିଖରେ ହ୍ୟୁମାନଙ୍କ ମା’ ଶେଫାଳି ସୁନା ପୁଅର ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ମର୍କତନଗର ଥାନାରେ ଏତଲା ଦେଇଥିଲେ । ଏଥିରେ ସୋମେଶ ଶତପଥୀଙ୍କ ସମେତ ୯ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ । ମା’ ଶେଫାଳି ହ୍ୟୁମାନଙ୍କ ମୃତ୍ୟୁର କିଛି ସନ୍ଦିଗ୍ଧ କାରଣ ମଧ୍ୟ ଦର୍ଶାଇଛନ୍ତି । ସମ୍ଭବତଃ ବିଷ ଦିଆଯିବା, ଶାରୀରିକ ଆଘାତ ପହଞ୍ଚାଇବା, ମାନସିକ ନିର୍ୟାତନା ଦେବା, ଧମକଚମକ ଦେବା, ବିଭିନ୍ନ ଚାପ ପ୍ରୟୋଗ କରିବା ଓ ଆର୍ଥିକ ସ୍ତରରେ ଲାଭବାନ ହେବାର ଉଦ୍ଦେଶ୍ୟ ରଖିବା ଯୋଗୁଁ ହ୍ୟୁମାନଙ୍କର ମୃତ୍ୟୁ ହୋଇଥିବା ନେଇ ଏତଲାରେ ଆଶଙ୍କା କରିଛନ୍ତି ମା’ଶେଫାଳି । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସେମାନଙ୍କର ମଧ୍ୟ ସମାନ ତଥ୍ୟ ସଂଗ୍ରହ କରି ଯାଞ୍ଚ୍ କରିବାକୁ ହ୍ୟୁମାନ୍‌ଙ୍କ  ମା’ ଦେଇଥିଲା ଏତଲାରେ ଅନୁରୋଧ କରାଯାଇଛି । ଏହି ଘଟଣାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସୋମେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା' କିଛିଦିନ ତଳେ ଥାନାରେ ଏତଲା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook