Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    କିପରି ଜାଣିବେ, କିଏ ଆପଣଙ୍କର ପ୍ରକୃତ ବନ୍ଧୁ?

    Share on :
    ajab-Image
    Date: Jul 8, 2022    Views: 4787


    ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବହୁରୂପୀ ଏଣ୍ଡୁଅ ଭଳି । 
    ସାମନାରେ ଗୋଟିଏ ଗୋଟିଏ ମୁଖା ପିନ୍ଧି ଦେଖେଇ ହେଉଥିଲେ ମଧ୍ୟ ସେମାନଙ୍କ ଭିତରେ ଅନ୍ୟ ଏକ ଅସଲି ରୂପ ଲୁଚି ରହିଥାଏ, ଏମାନଙ୍କ ଗୁଣଗୁଡିକ କାଳସର୍ପ ପରି । ଚାଣକ୍ୟଙ୍କ ନୀତି ମଧ୍ୟରେ ଉଚିତ୍ ମିତ୍ରକୁ ଚିହ୍ନିବାରେ ସେ କିଛି ସଙ୍କେତ ଦର୍ଶାଇଛନ୍ତି । ଆସନ୍ତୁ ଜାଣିବା କଣ ହୋଇଥାଏ ସେହି ସଂଙ୍କେତ, କିପରି ଚିହ୍ନିବା ପ୍ରକୃତ ବନ୍ଧୁକୁ ?
    ପ୍ରଥମରେ ରହିଛି ପରନିନ୍ଦା କରୁଥିବା ବ୍ୟକ୍ତି : ଯେଉଁ ମଣିଷ ଆପଣଙ୍କ ସାମନାରେ ଅନ୍ୟର ନିନ୍ଦା କରୁଛି ,ଖରାପ କହୁଛି , ତା’ ଉପରେ କେବେ ଭରସା କରନ୍ତୁ ନାହିଁ । ନିଜର ସ୍ୱାର୍ଥ ପାଇଁ ସେ ଅନ୍ୟ କାହା ଆଗରେ ଆପଣଙ୍କ ବିଷୟରେ ଚର୍ଚ୍ଚା ବି କରିବ । ଆପଣଙ୍କ ନିନ୍ଦା କରିବ, ଖରାପ କହିବ । ତେଣୁ ଏଭଳି ଲୋକଙ୍କୁ କେବେ ବିଶ୍ୱାସ କରନ୍ତୁ ନାହିଁ । 
    ଦ୍ୱିତୀୟରେ ମୁଁହରେ ପ୍ରଶଂସା କରୁଥିବା ବ୍ୟକ୍ତି : ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଆପଣଙ୍କୁ ପ୍ରଶଂସାରେ ପୋତି ଦିଅନ୍ତି, ଭଲ ଭଲ ବୋଲି ବାରମ୍ବାର  ଗାଇ ହୁଅନ୍ତି । ମାତ୍ର ନିଜର କାମ ହାସଲ କରିନେଲା ପରେ ସେହି ଲୋକ ଆପଣଙ୍କ ନାଁରେ ଆଲୋଚନା ସମାଲୋଚନନା ଚର୍ଚ୍ଚା କରିଥାନ୍ତି । ଏମାନଙ୍କଠୁ ଟିକେ ଦୂରତା ଅବଲମ୍ବନ କରିବା ଦରକାର । 
    ତୃତୀୟରେ ଇର୍ଷା କରୁଥିବା ବ୍ୟକ୍ତି : ଅନ୍ୟର ଖୁସି ଦେଖଏ ସହି ପାରୁ ନଥିବା ମଣିଷ ଅନେକ ମିଳନ୍ତି । ଏମାନେ ମନ ଭିତରେ ଆପଣଙ୍କ ଜୀବନ ଶୈଳୀକୁ ନେଇ  ଇର୍ଷାରେ ଜଳୁଥାନ୍ତି । ମାତ୍ର ଉପରକୁ କାହାକୁ ଜାଣିବାକୁ ଦିଅନ୍ତି ନାହିଁ । ସମୟ ଆସିଲେ ଏମାନେ ଆପଣଙ୍କ ବିରୋଧରେ ଛିଡା ହେବାକୁ, ଆପଣଙ୍କୁ ଛୋଟ କରିଦେବାକୁ ବି ପଛାନ୍ତି ନାହିଁ । ତେଣୁ ଏମାନଙ୍କୁ ବିଶ୍ୱାସ କରିବା ଆଦୌ ଉଚିତ୍ ନୁହେଁ । 
    ଶେଷରେ ରହିଛି ଚତୁର ବା ର୍ଧୁତ ସ୍ୱଭାବର ମଣିଷ : ଏହି ର୍ଧୁତ ପ୍ରକୃତିର ମଣିଷ ନିଜ କଥାର ମାୟା ଜାଲରେ ଆପଣଙ୍କୁ ଏପରି ଛନ୍ଦି ଦିଅନ୍ତ କି ଆପଣ ଖୁବ୍ ସହଜରେ ଏମାନଙ୍କୁ ବିଶ୍ୱାସ କରିଯାଆନ୍ତି । ଏମାନେ କୌଣସି କାଳସର୍ପଠୁ ବି କମ୍ ନୁହଁନ୍ତି । ବିଛାର ବିଷ ତା’ ଲାଞ୍ଜରେ ଥାଏ, ମାଛିର ବିଷ ତା ମୁଣ୍ଡରେ ଥାଏା ମାତ୍ର ଏମାନଙ୍କ ସଂପୂର୍ଣ୍ଣ ଶରୀର ବିଷ ଭତ୍ତି ହୋଇ ରହିଥାଏ । ପ୍ରତି ଅଙ୍ଗ ବିଷାକ୍ତ ହୋଇ ଯାଇଥାଏ ମିଛ ଓ ଛଳନାରେ । ତେଣୁ ଏଭଳି ବ୍ୟକ୍ତିଙ୍କ ସହ କଦାପି ବନ୍ଧୁତା ରଖନ୍ତୁ ନାହିଁ । 

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook