Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ୩ଟି ଉପାୟରେ ଶୀଘ୍ର ହେବେ ଧନୀ..

    Share on :
    ajab-Image
    Date: Jul 7, 2025    Views: 3199

    ସଭିଏଁ  ଇଚ୍ଛା କରନ୍ତି ସେମାନେ ଅଧିକ ଧନ ସଂଚୟ କରନ୍ତୁ। ଧନୀ ହୁଅନ୍ତୁ। ଟଙ୍କାର ଅଭାବ ନରହୁ। ତେବେ ଏଭଳି ଇଚ୍ଛା ଆପଣଙ୍କର ଥିଲେ କିଛି ଏଭଳି ଉପାୟ ରହିଛି,ଯାହାକୁ ଆପଣାଇବା ଦ୍ୱାରା ଶୀଘ୍ର ଧନୀ ହୋଇପାରିବେ। ନିୟମିତ ସେହି ୩ଟି କାର୍ୟ୍ୟ କରିବା ଦ୍ୱାରା ଧନସମ୍ପତି ବୃଦ୍ଧି ପାଇଥାଏ।

    ଆଚାର୍ୟ୍ୟ ଚାଣକ୍ୟ ଏଭଳି ୩ଟି କାର୍ୟ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ମନୁଷ୍ୟକୁ ଶୀଘ୍ର ଧନୀ କରିଥାଏ। ଯେଉଁମାନେ ଏହି ୩ଟି କାର୍ୟ୍ୟକୁ କରନ୍ତି ସେମାନେ ସର୍ବଦା ହସଖୁସିରେ ସମୟ ଅତିବାହିତ କରିବା ସହ ଧନସମ୍ପତିର ଆଦୌ ଅଭାବ ହୋଇନଥାଏ। ଏହି ୩ଟି ଉପାୟ ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ବୃଦ୍ଧି ହୋଇଥାଏ।

    ଆଚାର୍ୟ୍ୟ ଚାଣକ୍ୟଙ୍କ ଅନୁଯାୟୀ, ସଭିଁଙ୍କୁ ବ୍ରହ୍ମ ମୁହୂର୍ତ୍ତରେ ଶେଯ ତ୍ୟାଗ କରିବା ସହ ସ୍ନାନ ଓ ଧ୍ୟାନ କରିବା ଉଚିତ୍। ଚାଣକ୍ୟଙ୍କ ଅନୁଯାୟୀ, ସ୍ନାନ ଓ ଧ୍ୟାନ କରିବା ପରେ ପ୍ରଥମେ ସୂର୍ୟ୍ୟଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ୍।


    ଏହାପରେ ଏକ ମାଳାରେ କିଛି ସମୟ ଭଗବାନଙ୍କ ନାମ ସ୍ମରଣ କରିବା ସହ ଏହି ମାଳାକୁ ଭଗବାନଙ୍କୁ ଅର୍ପଣ କରନ୍ତୁ।

    ମାଳା ଅର୍ପଣ କରିବା ପରେ ଚନ୍ଦନ ପ୍ରଭୁଙ୍କୁ ଅର୍ପଣ କରିବା ସହ ଏହାକୁ ନିଜ ମଥା ଓ ଗଳାରେ ଲଗାନ୍ତୁ।

    ଏହାପରେ ଶ୍ଲୋକ ଶୁଣନ୍ତୁ କିମ୍ବା ଗାନ କରନ୍ତୁ।

    ଏହି ଉପାୟ ଆପଣାଇବା ଦ୍ୱାରା କଦାପି ଧନ, ସୁଖସମୃଦ୍ଧିର ଅଭାବ ହୋଇନଥାଏ।

    Maximum 500 characters

    ବିଶେଷ View all

    Find Us on Facebook