Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଏଠାରେ ବିନା ଛାତର ହୋଟେଲ ଲୋକପ୍ରିୟତା ଲାଭ କରିଛି ।

    Share on :
    ajab-Image
    Date: Jul 29, 2021    Views: 3420

    ଦୁନିଆର ଅନେକ ବଡ ବଡ ହୋଟେଲ ବିଷୟରେ ଆପଣ ଶୁଣିଥିବେ । ଲୋକମାନେ ସବୁଜ ବନାନୀ ଥିବା ନିରୋଳା ଜାଗାକୁ ଯିବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ସୁନ୍ଦର ହୋଟେଲ ଦମ୍ପତିଙ୍କ ପ୍ରଥମ ପସନ୍ଦ ହୋଇଥାଏ ।  କିନ୍ତୁ ବିନା ଛାତ ଥିବା ହୋଟେଲ ବଷୟରେ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ୍ୟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ହୋଟେଲ ରହିଛି ଯାହାର ଛାତ ନଥାଇ ବି ଲୋକମାନଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏହି ହୋଟେଲଟି ସୁଇଜରଲ୍ୟାଣ୍ଡରେ ଅଛି ଓ ଏହାର ନାଁ ହେଉଛି ‘ନଲ ଷ୍ଟର୍ନ’ । ଏହା ଏକ ଓପନ ଏୟାର ହୋଟେଲ । ଏଠାରେ ଟଏଲେଟ ମଧ୍ୟ ନାହିଁ । ଏଠାରେ ରହିବାକୁ ଆସୁଥିବା ଲୋକେ ପାଖରେ ଥିବା ଏକ ସାଧାରଣ ଟଏଲେଟ ବ୍ୟବହାର କରିଥାନ୍ତି ।  ୨୦୧୬ରେ ଏଠାରେ ଗୋଟିଏ ବେଡ୍ ସହ ହୋଟେଲଟି ଆରମ୍ଭ ହୋଇଥିଲା । ସମୁଦ୍ର କୂଳରୁ ୬,୪୬୩ ଫୁଟ ଉଚ୍ଚରେ ଥିବା ଏହି ହୋଟେଲରେ ଗୋଟିଏ ରାତି ରହିବାକୁ ହେଲେ ୧୭୦୦୦ଟଙ୍କା ଦେବାକୁ ପଡିଥାଏ । ଚତୁଃପାଶ୍ୱର୍ରେ ପାହାଡ ଘେରା ଏହି ସ୍ଥାନ ବହୁତ ସୁନ୍ଦର ହୋଇଥିବାରୁ  ଭଲ ଋତୁରେ ଏଠାରେ ବହୁ ସଂଖ୍ୟକ ବୁକିଂ ହୋଇଥାଏ । ଆର୍ଟିଷ୍ଟ ଫ୍ରେକ ଏବଂ ରିକଲିନ ଏହି ହୋଟେଲ ନିର୍ମାଣ କରିଛନ୍ତି ।    

    Maximum 500 characters

    ଅଜବ View all

    Find Us on Facebook