Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶଶୁର ଉପରେ ଗରମ ତେଲ ପକାଇଲା ବିଧବା ବୋହୂ

    Share on :
    ajab-Image
    Date: May 19, 2026    Views: 2914

    ପର୍ଜଙ୍ଗ :ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ନାଉପାଳ କାଟେଣୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ କାଣ୍ଡ।  ନିର୍ଯାତିତ ହେଉଥିବା ବିଧବା ବୋହୂ ଶେଷରେ ଶ୍ଵଶୁର ଉପରକୁ ଗରମ ତେଲ ଫୋପାଡ଼ିବାରୁ ଗୁରୁତର ହୋଇଛନ୍ତି ୮୦ ବର୍ଷୀୟ ବୃଦ୍ଧ ଶ୍ରୀକାନ୍ତ ଭୂତିଆ । ଏକମାତ୍ର ପୁଅ ନରୋତ୍ତମ ଭୁତିଆଙ୍କର ତିନି ବର୍ଷ ତଳୁ ମୃତ୍ୟୁ ହୋଇଥିବା ବେଳେ, ବୋହୂ କୁସୁମୀ, ନାତୁଣୀଙ୍କ ସଂଗେ ବୃଦ୍ଧ ଶଶୁର ରହୁଥିଲେ l ବହୁ ପୂର୍ବରୁ ତାଙ୍କ ପତ୍ନୀଙ୍କ ର ବି ଦେହାନ୍ତ ହୋଇଯାଇଛି l ଝିଅ ବିବାହ କରିସାରିଛନ୍ତି l  ପୁଅର ଅକାଳ ମୃତ୍ୟୁ ପରେ ବୋହୂ ପରିବାର ଚଳାଇବାପାଇଁ ପର ଘରେ କାମ କରି ଗୁଜରାଣ ମେଣ୍ଟାଉଛନ୍ତି l
    ଅନେକ ସମୟରେ ବୋହୂ ଆଉ ନାତୁଣୀଙ୍କୁ ଶଶୁର ନିର୍ଯାତନା ଦେଇ ଆସୁଥିଲେ l ଏପରିକି ତାଙ୍କ ଉପରେ ଖରାପ ଦୃଷ୍ଟି ରଖି ନିର୍ଯାତନା ଦିଅନ୍ତି l ଅନେକ ଥର ଏହି କଥା ଗାଁ ସଭାରେ ପଡ଼ି ସମାଧାନ ହୋଇଥିଲା l ଗତକାଲି ବି ବୋହୂକୁ ଘରେ ତାଲା ପକାଇ ଦେଇଥିଲେ l ରାତି ପ୍ରାୟ ୮ଟା ବେଳେ ଶଶୁର ଘର ବାହାରେ ବସାଇଥିବା କଡେଇରେ ତେଲ ସହ ପାଣି ଗରମ କରୁଥିଲେ, ଘର କବାଟ ଖୋଲିବା ମାତ୍ରେ ରାଗରେ ଜର ଜର ବୋହୂ ସେଇ ଗରମ ତେଲ ପାଣି ଛାଟି ଦେଇଥିଲା l ପଡ଼ୋଶୀଙ୍କ ଠାରୁ ଖବର ପାଇ ୧୧୨ ଆମ୍ବୁଲାନ୍ସରେ ତୁରନ୍ତ ବୃଦ୍ଧଙ୍କୁ ପର୍ଜଙ୍ଗ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛିl ତାଙ୍କ ଶରୀରର ମୁହଁ, ପେଟ ପୋଡ଼ି ହୋଇ ଯାଇଛି। ବୋହୂ ଓ ନାତୁଣୀଙ୍କୁ ପୁଲିସ ଥାନାରେ ଅଟକାଇ ତଦନ୍ତ ଜାରି ରଖିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook