Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆସନ୍ତୁ ଜାଣିବା ଆଜିର ରାଶିଫଳ ସଂପର୍କରେ

    Share on :
    ajab-Image
    Date: Nov 25, 2021    Views: 2479


    ମେଷ: ଉଚ୍ଚ ପଦବୀ,ରାଜକୀୟ ସମ୍ମାନ,ମୂଲ୍ୟବାନ ଧାତୁ,ଭୂମି ଓ ଯାନବାହାନ କ୍ରୟ କରିବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆୟ ଉତ୍ତମ ହେବ । ନିଜ କର୍ମ ପାଇଁ ପ୍ରସଂଶା ପାଇବେ ଏବଂ ପରିବାର ମଧ୍ୟରେ ହସଖୁସିର ପରିବେଶ ସୃଷ୍ଟି ହେବ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ ନିଜ କର୍ମରେ ମନ ଯୋଗ କରିବେ,
    ମହିଳାମାନେ ସ୍ୱାମୀ ଅନୁରକ୍ତା ହେବାର ସମ୍ଭାବନା ରହିଛି ।

    ବୃଷ: ବୃଷ ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜିର ଦିନରେ ନୂତନ କର୍ମାରମ୍ଭ, ନିଯୁକ୍ତି ର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ଗହଣରେ ସ୍ନେହ,ଶ୍ରଦ୍ଧା ଓ ଭଲପାଇବା ବୃଦ୍ଧି ପାଇବ ଏବଂ ଭାଈ ଭଉଣୀଙ୍କ ମଧ୍ୟରେ ଶ୍ରଦ୍ଧାଭାବ ଜାଗ୍ରତ ହେବ । ଆର୍ଥôକ ସ୍ଥିତି ସୁଦୃଢ଼ ହେବା ସହ ବେପାର ବାଣିଜ୍ୟରେ ଲାଭ ପାଇବେ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ ସମ୍ମାନ ପାଇବା ସହ ମହିଳା ମାନେ ଆତ୍ମସନ୍ତୋଷ ଲାଭ କରିବେ । 

    ମିଥୁନ: ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଆର୍ଥିକ କ୍ଷତି ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ଧନକୁ ନେଇ ବିବାଦ ଓ ବିପଦରେ ପଡ଼ିପାରନ୍ତି,ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ କ୍ଷତି ପହଞ୍ଚିବାର ସମ୍ଭାବନା ଅଛି । ବିଦ୍ୟାର୍ଥô ଓ କ୍ରୀଡ଼ାବିତ ମାନେ ଆଳସ୍ୟତା ଦେଖାଇବେ, ମହିଳା ମାନେ ଧନକ୍ଷତି କରିବେ ।

    କର୍କଟ: ଧନ,ମାନ,ସମ୍ମାନ,ଖ୍ୟାତି,ପ୍ରତିପତି ବୃଦ୍ଧି ପାଇବ ଏବଂ ଲକ୍ଷ୍ମୀଙ୍କର କୃପା ରହିବ । ମନରେ ପ୍ରସନ୍ନତା,ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ ବ୍ୟବସାୟରେ ଆୟ ମଧ୍ୟମ ରହିବ ଏବଂ ସ୍ୱଳ୍ପ ପରିଶ୍ରମରେ କର୍ମରେ ଅଧିକ ସଫଳତା ଓ ସମ୍ମାନ ପାଇବେ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ ଆମୋଦପ୍ରମୋଦରେ ମନ ଦେବେ, ମହିଳାମାନେ ସୌଭାଗ୍ୟବତୀ ହେବେ । 

    ସିଂହ: ଅପବ୍ୟୟ,ଅପଯଶ,ଅପମାନ ରୁ କିଛି ମାତ୍ରାରେ ମୁକ୍ତି ମିଳିବ । ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଲୋପ ପାଇବ ଏବଂ ସକରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ । ବହୁତ ଭାବିଚିନ୍ତି ଖର୍ଚ୍ଚ କରିବେ ମନରେ କଞ୍ଜୁସ ଭାବ ପ୍ରକାଶ ପାଇବ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ ଉଦଯୋଗୀ ହେବେ, ମହିଳା ମାନେ ଧାର୍ମିକ କାର୍ଯ୍ୟରେ ଧ୍ୟାନ ଦେବେ ।

    କନ୍ୟା: ନୂତନ କର୍ମାରମ୍ଭ କରିବେ କିମ୍ଭା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ବ୍ୟୟ କମ ରହିବ । ବ୍ୟବସାୟ କ୍ଷେତ୍ରରେ ଆଜିର ଦିନଟି ବହୁ ଫଳପ୍ରଦ ରହିବ । କର୍ମ କ୍ଷେତ୍ରରେ ଆଶା ଠାରୁ ଅଧିକ ଲାଭ ପାଇବା ସହ କାର୍ଯ୍ୟ କୁଶଳତା ପାଇଁ ପ୍ରସଂଶା ସାଉଁଟିବେ । ବିଦ୍ୟାର୍ଥô ମାନେ ନିଜ କର୍ମରେ ଆଗ୍ରହ ଦେଖାଇବେ । ମହିଳାମାନେ ସ୍ୱାଭିମାନି ହେବେ ।

    ତୁଳା:  ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜିର ଦିନରେ କୌଣସି ଶୁଭ କର୍ମରେ ଯୋଗ ଦେବେ । ବେପାର, ବାଣିଜ୍ୟ ଓ ବ୍ୟବସାୟରେ ଆୟ ବୃଦ୍ଧି ଓ ବ୍ୟୟ କମ ରହିବ ଏବଂ କର୍ମ କ୍ଷେତ୍ରରେ ସଫଳତା,ସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ କର୍ମରେ ଉଦଯୋଗ କରିବେ, ମହିଳା ମାନେ ଆୟ ପ୍ରଥା ଅବଲମ୍ବନ କରିବେ ।

    ବିଛା: ମାନ, ସମ୍ମାନ ହାନୀ,ସନ୍ତାନ ହେତୁକ ଦୁଶ୍ଚିନ୍ତା, ଏବଂ ଇତର ଜନଙ୍କଠୁ ଅପମାନ ପାଇବେ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ସମସ୍ତ ଭୁଲ କର୍ମ ପ୍ରତି ମନ ବଳେଇବ । ବେପାର, ବାଣିଜ୍ୟ ରେ କିଛି ଖାସ ଲାଭପ୍ରଦ ହେବେନାହିଁ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ କର୍ମ ପ୍ରତି ବିମୁଖ ହେବେ, ମହିଳା ମାନେ ବିଷାଦ ଗ୍ରସ୍ତହେବେ ।
    ଧନୁ: ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ା ପଣ ରହିବ,ଚାଲିଚଳନ ବ୍ୟବହାର ବିବାଦପୂର୍ଣ୍ଣ ରହିବ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ମାନ୍ଦାଅବସ୍ତା ଦେଖାଦେବ । ଆଜିର ଦିନରେ ମାନସିକ ଦୁଶ୍ଚିନ୍ତାର ଶିକାର ହେବା ସହ ପଦସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବିଦ୍ୟାର୍ଥି ମାନେ କର୍ମରୁ ବିଚ୍ୟୁତ ହେବେ, ମହିଳା ମାନେ ଅପମାନ ଓ ଅପଯଶ ର ଶୀକାର ହେବେ ।

    ମକର: ସ୍ତ୍ରୀସୌଖ୍ୟ,ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ ଦାମ୍ପତ୍ୟ ଜୀବନରେ ଖୁସିର ଲହରୀ ଖେଳି ଉଠିବ । ବେପାର, ବାଣିଜ୍ୟ ଓ ବ୍ୟବସାୟରେ ଆୟ ବୃଦ୍ଧି ଓ ବ୍ୟୟ କମ ରହିବ ଏବଂ କର୍ମ କ୍ଷେତ୍ରରେ ସଫଳତା,ସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ ଅସ୍ତିରମନା ହେବେ, ମହିଳା ମାନେ ସ୍ୱାମୀ ଅନୁରକ୍ତା ହେବେ ।

    କୁମ୍ଭ: ଉଚ୍ଚ ପଦବୀ, ରାଜକୀୟ ସମ୍ମାନ,କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ରହିବ । ଆମୋଦ ପ୍ରମୋଦ ଓ ମଉଜ ମଜଲିସରେ ଅଧିକ ଧ୍ୟାନ ଦେବେ । ଭ୍ରମଣର ସମ୍ଭାବନା ଥିବା ସହ କୌଣସି ଉଚ୍ଚ ଆକାଂକ୍ଷା ପୁରଣ ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ ମଉଜ ମସ୍ତିରେ ମନ ଦେବେ,ମହିଳା ମାନେ ପରିବାରଠୁ ସମ୍ମାନ ପାଇବେ ।

    ମୀନ: ମନରୁ ସତଚିନ୍ତା, ସତଭାବନା ଲୋପ ପାଇବ ଏବଂ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ସମସ୍ତ ଭୁଲ କର୍ମ ପ୍ରତି ମନ ବଳେଇବ । ବେପାର, ବାଣିଜ୍ୟ ରେ କିଛି ଖାସ ଲାଭପ୍ରଦ ହେବେନାହିଁ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ କର୍ମ ପ୍ରତି ବିମୁଖ ହେବେ, ମହିଳା ମାନେ ଶାରିରୀକ ପିଡ଼ା ଭୋଗିବେ । 

    Maximum 500 characters

    ବିଶେଷ View all

    Find Us on Facebook