ମେଷ: ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ନୂତନ ଭୂମି, ଯାନବାହାନ,ମୂଲ୍ୟବାନ ପଦାର୍ଥ କ୍ରୟ କରିବେ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ରହିବ । କୌଣସି ଉଚ୍ଚ ଆକାଂକ୍ଷା ପୁରଣ ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ ମଉଜ ମସ୍ତିରେ ମନ ଦେବେ,ମହିଳା ମାନେ ପରିବାରଠୁ ସମ୍ମାନ ପାଇବେ ।
ବୃଷ: ଆଜିର ଦିନଟି ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ଶୁଭ ରହିବ । ବେପାର, ବାଣିଜ୍ୟ ଓ ବ୍ୟବସାୟରେ ଆୟ ବୃଦ୍ଧି ଓ ବ୍ୟୟ କମ ରହିବ ଏବଂ କର୍ମ କ୍ଷେତ୍ରରେ ସଫଳତା,ସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ କର୍ମରେ ଉଦଯୋଗ କରିବେ, ମହିଳା ମାନେ ଭାତୃପ୍ରେମୀ ହେବେ ।
ମିଥୁନ:ଆଜିର ଦିନଟି ଏତେ ଶୁଭ ଯିବ ନାହିଁ, ମାନସିକ ଅସ୍ତିରତା,ପରିବାରରେ ବିବାଦ, ଶାରିରୀକ ପୀଡ଼ା ଦେଇ ଗତି କରିବେ । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବେ ଏବଂ ଆର୍ଥିକ ସ୍ଥିତି ବିଗିଡ଼ି ପାରେ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ କର୍ମରୁ ବିଚ୍ୟୁତ ହେବେ, ମହିଳା ମାନେ ବଦଖର୍ଚ୍ଚି ହେବେ ।
କର୍କଟ: ସ୍ୱଜନ,ପ୍ରିୟଜନ,ବନ୍ଧୁବାନ୍ଧବଙ୍କ ଓ ପଡେ଼ାଶୀଙ୍କ ସହ ସୁସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମ ରହିବା ସହ କର୍ମରେ ସଫଳତା ଓ ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ ଆମୋଦ ପ୍ରମୋଦରେ ମନ ଦେବେ, ମହିଳା ମାନେ ପରିବାର ସେବାରେ ମନଦେବେ ।
ସିଂହ: ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ବ୍ୟୟ କମ ରହିବ । ବ୍ୟବସାୟ କ୍ଷେତ୍ରରେ ଆଜିର ଦିନଟି ବହୁ ଫଳପ୍ରଦ ରହିବ । କର୍ମ କ୍ଷେତ୍ରରେ ଆଶା ଠାରୁ ଅଧିକ ଲାଭ ପାଇବା ସହ କାର୍ଯ୍ୟ କୁଶଳତା ପାଇଁ ପ୍ରସଂଶା ସାଉଁଟିବେ । ବିଦ୍ୟାର୍ଥô ମାନେ ନିଜ କର୍ମରେ ଆଗ୍ରହ ଦେଖାଇବେ । ମହିଳାମାନେ ସ୍ୱାଭିମାନି ହେବେ ।
କନ୍ୟା: ଯେକୌଣସି କାମ କରିବା ପୂର୍ବରୁ ଭଲଭାବରେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆୟ ଉତ୍ତମ ହେବ ଏବଂ ବେପାର ବଢ଼ିବା ପାଇଁ ଉଦ୍ୟମ କରିବେ । ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ । ବିଦ୍ୟାର୍ଥି, କ୍ରୀଡ଼ାବିତ ମାନେ କର୍ମରେ ମନ ଦେବେ, ମହିଳା ମାନେ କର୍ମତପôର ହେବେ ।
ତୁଳା: ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ । ମନରେ ଉସôାହ ଓ ନିଜ କାମରେ ରୁଚି ରହିବ, କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଶୁଭ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଲାଭବାନ ହେବେ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ୍ ସୁନାମ ଅର୍ଜନ କରିବେ, ମହିଳାଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ରହିଛି ।
ବିଛା: ମନରୁ ସତଚିନ୍ତା, ସତଭାବନା ଲୋପ ପାଇବ ଏବଂ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ନିଜ ପ୍ରିୟ ବନ୍ଧୁଙ୍କ ସହ ମତାନ୍ତର ଏବଂ ସମ୍ମାନ ହାନୀ ଘଟିବ । ବେପାର, ବାଣିଜ୍ୟ ରେ କିଛି ଖାସ ଲାଭପ୍ରଦ ହେବେନାହିଁ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ କର୍ମ ପ୍ରତି ବିମୁଖ ହେବେ, ମହିଳା ମାନଙ୍କର ଅପମାନର ଯୋଗ ଅଛି ।
ଧନୁ: ଆର୍ଥିକ କ୍ଷତି, ଧନକୁ ନେଇ ବିବାଦ ଓ ବିପଦରେ ପଡ଼ିପାରନ୍ତି,ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ କ୍ଷତି ପହଞ୍ଚିବାର ସମ୍ଭାବନା ଅଛି । ବିଦ୍ୟାର୍ଥô ଓ କ୍ରୀଡ଼ାବିତ ମାନେ ଆଳସ୍ୟତା ଦେଖାଇବେ, ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ା ପଣ ରହିବ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ସମସ୍ତ ଭୁଲ କର୍ମ ପ୍ରତି ମନ ବଳେଇବ । ବେପାର, ବାଣିଜ୍ୟ ରେ କିଛି ଖାସ ଲାଭପ୍ରଦ ହେବେନାହିଁ ।
ମକର: ଆଜିର ଦିନଟି ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ଶୁଭ ରହିବ । ପାରିବାରିକ ଶାନ୍ତି ଓ ଦେହ ମନ ସୁସ୍ଥ ରହି । ବେପାର, ବାଣିଜ୍ୟ ଓ ବ୍ୟବସାୟରେ ଆୟ ବୃଦ୍ଧି ଓ ବ୍ୟୟ କମ ରହିବ ଏବଂ କର୍ମ କ୍ଷେତ୍ରରେ ସଫଳତା,ସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ କର୍ମରେ ଉଦଯୋଗୀ ହେବେ, ମହିଳା ମାନେ ପରିବାରର ମନ ଜିଣିବେ ।
କୁମ୍ଭ: ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଓ ଇଛା ଅନୁରୁପକ ସଫଳତା ପାଇବେ । ବିଦ୍ୟାର୍ଥି ମାନେ ଯଶସ୍ୱୀ ହେବେ । ମହିଳା ମାନେ ସୌଭାଗ୍ୟବତୀ ହେବେ । ଆଜିର ଦିନଟି ଅତ୍ୟନ୍ତ ଶୁଭ ରହିବ ।
ମୀନ: ମୀନ ରାଶି ର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନରେ ଚିନ୍ତା ଗ୍ରସ୍ତ ରହିପାରନ୍ତି, କୌଣସି କାମରେ ମନ ନ ଲାଗି ପାରେ । ବେପାର ବାଣିଜ୍ୟରେ କ୍ଷତି ହେବାର ସମ୍ଭାବନା ରହିଛି । ଅନ୍ୟର ପ୍ରବର୍ତ୍ତନା ର ଶିକାର ହେବାର ସମ୍ଭାବନା ଅଛି, ନିଜ ମନକୁ ସ୍ଥିର ରଖିବା ସହ ନିଜ ଉପରେ ବିଶ୍ୱାସ ରଖନ୍ତୁ । ବିଦ୍ୟାର୍ଥି ଓ କ୍ରୀଡ଼ାବିତ ମାନେ କର୍ମରେ ଅବହେଳା କରିବେ,ମହିଳା ମାନେ ଧନ କ୍ଷତିର ସାମ୍ନା କରିବେ ।
Comments ସମସ୍ତ ମତାମତ