ମୁଖ୍ୟ ଖବର
ୱାଶିଂଟନ: ହର୍ମୁଜ ପ୍ରଣାଳୀକୁ ନେଇ ବର୍ତ୍ତମାନ ବିଶ୍ବବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଇରାନକୁ ସାନି ଧମକ ଦେଇଛନ୍ତି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଯଦି ଇରାନ ହର୍ମୁଜ ପ୍ରଣାଳୀକୁ ନ ଖୋଲେ, ତେବେ ପ୍ରଳୟ ଘଟିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ମାର୍ଚ୍ଚ ୨୬ରେ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଖୋଲିବାକୁ ୧୦ ଦିନିଆ ମହଲତ ଦେଇଥିଲେ। ଇତିମଧ୍ୟରେ ଏହି ସମୟସୀମା ପୂରିବାକୁ ଆଉ ମାତ୍ର ୪୮ ଘଣ୍ଟା ବାକି ରହିଛି। ତେଣୁ ଇରାନ ଯଦି ସ୍ବଇଚ୍ଛାରେ ଏହି ପ୍ରଣାଳୀକୁ ନ ଖୋଲେ, ତେବେ ଇରାନ ଉପରେ ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯାହା ଇରାନ ସ୍ବପ୍ନରେ କେବେବି ଭାବିନଥିବ ବୋଲି ଟ୍ରମ୍ପ କହିଛନ୍ତି।
ଏହି ସମୟସୀମା ମଧ୍ୟରେ ହର୍ମୁଜ ପ୍ରଣାଳୀ ଖୋଲିବା ନଚେତ ଆମେରିକା ସହ ବୁଝାମଣା ସ୍ବାକ୍ଷର କରିବା ଇରାନ ପାଇଁ ମଙ୍ଗଳମୟ ହେବ ବୋଲି ଟ୍ରମ୍ପ ତାଙ୍କର ଟ୍ରୁଥ୍ ସୋସିଆଲରେ ଉଲ୍ଲେଖ କରିଛନ୍ତି। ଏହି କାରଣରୁ ଇରାନର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣକୁ ଟ୍ରମ୍ପ ଏପ୍ରିଲ ୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
Comments ସମସ୍ତ ମତାମତ