Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହର୍ମୁଜ ପ୍ରଣାଳୀକୁ ୫ ବନ୍ଧୁ ରାଷ୍ଟ୍ର ପାଇଁ ବନ୍ଦ କରିବ ନାହିଁ ଇରାନ

    Share on :
    ajab-Image
    Date: Mar 26, 2026    Views: 3043

     ତେହେରାନ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୀବ୍ର ହେଉଥିବା ବେଳେ ଇରାନ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳପଥ ହର୍ମୁଜ ପ୍ରଣାଳୀକୁ ୫ ବନ୍ଧୁ ରାଷ୍ଟ୍ର ପାଇଁ ଇରାନ ବନ୍ଦ କରିବ ନାହିଁ ବୋଲି କହିଛି। ଏହି ୫ ବନ୍ଧୁ ରାଷ୍ଟ୍ର ମଧ୍ୟରେ ଭାରତ ଓ ପାକିସ୍ତାନ ରହିଛନ୍ତି। ଏହି ଦୁଇ ରାଷ୍ଟ୍ର ବ୍ୟତୀତ ରୁଷ, ଚାଇନା ଓ ଇରାକ ପତାକା ଥିବା ଜାହାଜଗୁଡ଼ିକ ମଧ୍ୟ ହର୍ମୁଜ ପ୍ରଣାଳୀରେ ସ୍ୱାଭାବିକ ଭାବେ ଯାତାୟାତ କରିପାରିବେ। ଏମାନେ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହେବ ନାହିଁ ବୋଲି ଇରାନ ଘୋଷଣା କରିଛି।ଇରାନୀୟ ସରକାରୀ ଟିଭିକୁ ଦେଶର ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରାଘଚି କହିଛନ୍ତି ଯେ ଷ୍ଟ୍ରେଟ ଅଫ ହର୍ମୁଜକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନାହିଁ। ଇରାନ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିବା ରାଷ୍ଟ୍ରର ଏକାଧିକ ଜାହାଜ ଏହି ମାର୍ଗରେ ଯିବା ପାଇଁ ଅନୁମତି ପାଉଛନ୍ତି। ଅନେକ ଜାହାଜ ମାଲିକ ଓ ଦେଶ ପକ୍ଷରୁ ଆମ ସହ ଯୋଗାଯୋଗ କରି ସୁରକ୍ଷିତ ଯାତାୟାତ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।ଯୋଗାଯୋଗ କରିଥିବା କିଛି ଦେଶକୁ ଆମେ ବନ୍ଧୁ ବୋଲି ବିବେଚନା କରୁ। ସେହିପରି କିଛି ଜାହାଜକୁ ଆମେ ଅନ୍ୟ କୌଣସି କାରଣ ପାଇଁ ମଧ୍ୟ ଯିବାକୁ ଅନୁମତି ଦେଇଛୁ। ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର ଜାହାଜଗୁଡ଼ିକୁ ଆମ ସଶସ୍ତ୍ର ବଳ ସୁରକ୍ଷିତ ଯାତାୟାତାରେ ସହଯୋଗ କରୁଛନ୍ତି ଓ ଆଗକୁ ମଧ୍ୟ କରିବେ ବୋଲି ଅରାଘଚି କହିଛନ୍ତି।
    ସେ ଆହୁରି କହିଛନ୍ତି, “ଆପଣ ନିଶ୍ଚିତ ଭାବେ ନ୍ୟୁଜରେ ଚାଇନା, ରୁଷ, ପାକିସ୍ତାନ, ଇରାନ ଓ ଭାରତର ଜାହାଜଗୁଡ଼ିକ କଥା ଦେଖିଥିବେ। କିଛି ଦିନ ତଳେ ଏମାନଙ୍କ ୨ଟି ଲେଖାଏ ଜାହାଜ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଭାବେ ଅତିକ୍ରମ କରିଥିଲେ। ଆଉ କିଛି ରାଷ୍ଟ୍ର ଏପରି କି ବାଂଲାଦେଶର ଜାହାଜ ମଧ୍ୟ ଅତିକ୍ରମ କରିଛି। ଏହି ସବୁ ଦେଶ ଆମ ସହ କଥା ହୋଇଛନ୍ତି ଓ ଆମ ସହ ସମନ୍ୱୟ ରକ୍ଷା କରୁଛନ୍ତି। ଏପରି ବ୍ୟବସ୍ଥା ଯୁଦ୍ଧ ପରେ ମଧ୍ୟ ଜାରି ରହିବ।” ଆମେରିକେ, ଇସ୍ରାଏଲ ଓ ଗଲ୍ଫ ଦେଶଗୁଡ଼ିକର ଜାହାଜ ଗୁଡ଼ିକୁ ଇରାନ ଅତିକ୍ରମ କରିବାକୁ ସବୁଜ ସଙ୍କେତ ଦେବ ନାହିଁ ବୋଲି ଅରାଘଚି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, “ଆମେ ଏବେ ଗୋଟିଏ ଯୁଦ୍ଧ ସ୍ଥିତିରେ ରହିଛୁ। ପୂରା ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଚି। ଏପରି ସ୍ଥିତିରେ ଆମ ଶତ୍ରୁ ଓ ସେମାନଙ୍କ ସହଯୋଗୀମାନଙ୍କୁ ହର୍ମୁଜ ଅତିକ୍ରମ କରିବାକୁ ଆମେ କେବେ ହେଲେ ଅନୁମତି ଦେବୁ ନାହିଁ। କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା ଖୋଲା ରହିଛି।” 
    ଷ୍ଟ୍ରେଟ ଅଫ ହର୍ମୁଜରେ ଇରାନ ରଖିଥିବା ନିୟନ୍ତ୍ରଣରେ ଅରାଘଚି ସନ୍ତୋଷ ପ୍ରକାଶ କରିଛନ୍ତି। ୫ ଦଶନ୍ଧି ଧରି ହର୍ମୁଜ ଉପରେ ଇରାନର ନିୟନ୍ତ୍ରଣ ରହି ଆସିଥିବା ସେ କହିଛନ୍ତି। ଇରାନ ଯେତେବେଳେ ଆଶିଂକ ଅବରୋଧ କଥା ଘୋଷଣା କରିଥିଲା ସେତେବେଳେ ଏହାକୁ ବିଶ୍ୱର ଅନେକ ରାଷ୍ଟ୍ର ବିଶ୍ୱାସ କରି ନଥିଲେ। ଏହାକୁ ସେମାନେ ହାଲୁକା ଭାବେ ନେଇଥିଲେ। କିନ୍ତୁ ସମୟ ଅତିକ୍ରମ କରିବା ସହ ହର୍ମୁଜରେ ଇରାନର ଅଧିକାର ବୃଦ୍ଧି ପାଇଥିବା ସେ ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “ଇରାନ ଏପରି ସାହାସ କରିପାରିବ ନାହିଁ ବୋଲି ସେମାନେ ଭାବୁଥିଲେ। କିନ୍ତୁ ଆମେ ଅତ୍ୟନ୍ତ ସଶକ୍ତ ଢଙ୍ଗରେ ଆମେ କରିଛୁ। ସେମାନେ ନିଜର ସବୁ କ୍ଷମତା ଏହା ବିରୋଧୀ ବ୍ୟବହାର କରିଥିଲେ ହେଁ ଫେଲ ମାରିଛନ୍ତି।ଏପରି କି ସେମାନେ ଅନ୍ୟ ଦେଶର ସହଯୋଗ ଲୋଡ଼ିଥିଲେ। ନିଜ ଶତ୍ରୁ ଭାବେ ବିବେଚନା କରୁଥିବା ରାଷ୍ଟ୍ରଗୁଡ଼ିକୁ ମଧ୍ୟ ସେମାନେ ସାହାଯ୍ୟ ମାଗିଥିଲେ। ହେଲେ କେହି ବି ସେମାନଙ୍କୁ ସହଯୋଗ କରି ନାହାନ୍ତି। କାରଣ ଏହା ସେତେଟା ସହଜ ନୁହେଁ।” 

    Maximum 500 characters

    ଦେଶ ବିଦେଶ View all

    Find Us on Facebook