Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହନିଟ୍ରାପରେ ଫସିଲେ ଭାରତୀୟ ଯବାନ,ଦେଉଥିଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

    Share on :
    ajab-Image
    Date: May 12, 2022    Views: 3518

    ନୂଆଦିଲ୍ଲୀ: ହନିଟ୍ରାପରେ ଫସିଲେ ଭାରତୀୟ ଯବାନ । ମହିଳାଙ୍କ ମାୟାଜାଲରେ ଫଶି ବିଦେଶକୁ ପ୍ରତିରକ୍ଷା ପ୍ରତିଷ୍ଠାନ ଗୁଡିକ ଜଡିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିଲେ ବାୟୁସେନା ଅଧିକାରୀ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବାୟୁସେନା ଅଧିକାରୀ ଜଣଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଜ ଗିରଫ କରିଛି । ଗିରଫ ଯବାନ ହେଉଛନ୍ତି ଦେବେନ୍ଦ୍ର ଶର୍ମା ।

    ଯବାନ ଜଣଙ୍କ ଜଣେ ମହିଳାଙ୍କ ସହ କଥା ହୋଇ ପ୍ରତିରକ୍ଷା ବିଭାଗର ସମ୍ବେଦନଶୀଳ ସୂଚନା ଦେଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ଯବାନଙ୍କ ଘର କାନପୁରରେ, ସେ ଦିଲ୍ଲୀର ସୁବୋରୋଟୋ ପାର୍କରେ ବାୟୁସେନା ରେକର୍ଡ କାର୍ୟ୍ୟାଳୟରେ ଜିଡି ଭାବରେ କାର୍ୟ୍ୟ କରୁଥିଲେ । ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "ମେ' ୬ ତାରିଖରେ ପୋଲିସ୍‌ ଅଭିଯୁକ୍ତ ଦେବେନ୍ଦ୍ର ଶର୍ମାଙ୍କୁ ଗୁଇନ୍ଦା ଏଜେନ୍ସିର ଇନ୍‌ପୁଟ୍‌କୁ ଆଧାର କରି ଦିଲ୍ଲୀ ପୋଲିସ  ଗିରଫ କରିଥିଲା । ତେବେ ଏହି ଘଟଣାରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ହାତଥିବା ପୋଲିସ ସନ୍ଦେହ କରିଛି ।ତେବେ ଗିରଫ ହେବାପରେ ପ୍ରତିରକ୍ଷା ବିଭାଗର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇ ଏହା ବଦଳରେ ଟଙ୍କା ମଧ୍ୟ ପାଉଥିଲା ଅଭିଯୁକ୍ତ । ଅଭିଯୁକ୍ତଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ମଧ୍ୟ ପୋଲିସ ସନ୍ଧେହ କରୁଛି । ଏହି ଘଟଣାରେ ଯବାନଙ୍କ ସହ ଯୋଗାଯୋଗ କରୁଥିବା ମହିଳାଙ୍କୁ ଟ୍ରାକ କରିବା ଆରମ୍ଭ କରିଛି ପୋଲିସ । ଯେଉଁ ନମ୍ୱରରୁ ମହିଳା ଦେବେନ୍ଦ୍ରଙ୍କ ସହ କଥା ହେଉଥିଲେ ତାହା ଭାରତୀୟ ସର୍ଭିସ୍‌ ପ୍ରୋଭାଇଡ଼ରଙ୍କ ନମ୍ୱର ହୋଇଥିବା ଜଣାପଡିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook