Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଘରେ କେମିତି ପ୍ରସ୍ତୁତ କରିବେ କଜଳ, ଜାଣନ୍ତୁ

    Share on :
    ajab-Image
    Date: Sep 15, 2020    Views: 5112

    ଆଖିରେ କଜଳ ନଲଗାଇଲେ ମେକଅପ ଅଧା ଅଧା ଲାଗେ  । ପ୍ରାୟ ସବୁ ଝିଅ ଆଖିରେ କଜଳ ଲଗାଇବାକୁ ପସନ୍ଦ କରନ୍ତି  । ଏହା ଆପଣଙ୍କୁ ଏକ ଭିନ୍ନ ଲୁକ ମଧ୍ୟ ଦେଇଥାଏ  । ତେବେ ବଜାରରେ ମିଳୁଥିବା କଜଳ ବେଳେବେଳେ ହାନିକାରକ ହୋଇଥାଏ  । ଏହାକୁ ଲଗାଇଲେ ଆଖି ପୋଡ଼ିବା ସହିତ କୁଣ୍ଡାଇ ମଧ୍ୟ ହୋଇଥାଏ  । ଏପରି ସ୍ଥଳେ ଘରୋଇ କଜଳ ବହୁତ ଉପଯୋଗୀ ହୋଇଥାଏ  । ତେବେ ଜାଣିବା ଘରେ କିପରି କଜଳ ତିଆରି କରିବେ  ।
    ଘିଅ କଜଳ : ଘିଅ ଆଖିକୁ ଥଣ୍ଡା ଦେବାରେ ସହାୟକ ହୋଇଥାଏ  । ଏଥିରେ ଥିବା ପୌଷ୍ଠିକ ଗୁଣ ଡ୍ରାକ ସର୍କଲ ଦୂର କରିବାରେ ସହାୟକ ହୋଇଥାଏ  । ତେବେ ଜାଣିବା କିପରି ପ୍ରସ୍ତୁତ କରିବା ଘିଅ କଜଳ  । ଏହାକୁ ପ୍ରସ୍ତୁତ କରିବା ପାଇଁ ଦୁଇଟି ସମାନ ଆକାରର ପାତ୍ର ନିଅନ୍ତୁ  । ଆଉ ଏକ ଷ୍ଟିଲ ପ୍ଲେଟ ନିଅନ୍ତୁ  । ଗୋଟିଏ ଚା’ ଚାମଚ ଓ ଘିଅ  । ଆଉ କରୋସିନ ତେଲର ଦୀପ  । ପ୍ରଥମେ ଦୀପକୁ ଜଳାଇ ଦିଅନ୍ତୁ  । ପରେ ତାହାର ରଶ୍ମି ପାଖରେ ଏକ ପାତ୍ର ରଖନ୍ତୁ  । ପରେ ଏକ ପ୍ଲେଟରେ ଘିଅ ଲଗାଇ ଏହାକୁ ଉକ୍ତ ପାତ୍ର ଉପରେ ରଖନ୍ତୁ  । ଷ୍ଟିଲ ପ୍ଲେଟକୁ ୩୦ ମିନିଟ ପର୍ଯ୍ୟନ୍ତ ଗରମ ହେବାକୁ ଦିଅନ୍ତୁ  । ଫଳରେ ଘିଅ ଜଳି କଳା ପଡ଼ିଯିବ  । ଏବେ ଉକ୍ତ କଳାକୁ ଅନ୍ୟ ଏକ ପାତ୍ରରେ ଚାମଚ ସାହାଯ୍ୟରେ ବାହାର କରିନେବେ  । ଯଦି ଏହା ଅଧିକ ଶୁଖିଲା ହୋଇଥିବ ତେବେ ଆପଣ ଏଥିରେ ଘିଅ ମିଶାଇ ପାରିବେ  । 
    ଏଲୋବେରା କଜଳ : ଏଲୋବେରା କଜଳ ପାଇଁ ସୁତା କପଡ଼ା, ଏକ ତମ୍ବା ଦୀପ, ଏକ ତମ୍ବା ପ୍ଲେଟ, ସମାନ ଆକାରର ଦୁଇଟି ପାତ୍ର, ୩ରୁ୪ଟି ଜୁଆଣି, ୧ ଚାମଚ ଚନ୍ଦନ ପେଷ୍ଟ, ୧ ଚାମଚ ଜଡ଼ା ତେଲ ନିଅନ୍ତୁ  । ପ୍ରଥମେ ଚନ୍ଦନ ପେଷ୍ଟରେ ସୁତା କପଡ଼ାକୁ ଭେଦାଇ ଦେଇ ତାହାକୁ ଶୁଖାଇ ଦିଅନ୍ତୁ  । ପରେ ଏକ ଦୀପରେ ଜଡ଼ା ତେଲ ଦେଇ ରଶ୍ମି ସାମନାରେ ଦୁଇଟି ପାତ୍ର ରଖନ୍ତୁ  । ପରେ ସୁତା କପଡ଼ାରେ ଜୁଣାଣିକୁ ରଖି ତାହାକୁ ରୋଲ କରିଦିଅନ୍ତୁ  । ପରେ ପ୍ଲେଟରେ ଏଲୋବେରା ରଖି ଏହାକୁ ଦୀପ ଉପରେ ରଖନ୍ତୁ  । ତାହା ଉପରେ ଏକ ପାତ୍ରକୁ ଢ଼ାଙ୍କି ଦିଅନ୍ତୁ  । ତେଲ ସରି ଦୀପ ଲିଭିଗଲେ  । ପ୍ଲେଟ ଉପରେ ଲାଗିଥିବା କଳାକୁ ବାହାର କରି ଦିଅନ୍ତୁ  । ପରେ ଏହାକୁ ବ୍ୟବହାର କରନ୍ତୁ  । 

    Maximum 500 characters

    ଘରକରଣ View all

    Find Us on Facebook