Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଗୃହରେ ସୁଖଶାନ୍ତି

    Share on :
    ajab-Image
    Date: Aug 19, 2023    Views: 14887

    ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଛୋଟ ଠାରୁ ଆରମ୍ଭ କରି ବଡ ଜିନିଷ ରଖିବା ପାଇଁ ନିୟମ ବର୍ଣ୍ଣନା କରାଯାଇଛି। ବାସ୍ତୁର ଏହି ନିୟମ ପ୍ରତି ଧ୍ୟାନ ଦେବା ଦ୍ୱାରା ଗୃହରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।ଚିନ୍ତା ଦୂର ହୋଇଥାଏ। 

    ବାସ୍ତୁ ଅନୁଯାୟୀ, ସର୍ବଦା ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବାକୁ ପରାମର୍ଶ ଦିଆଯାଇଛି। ମାତ୍ର ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି। ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଗୋଡ ଦକ୍ଷିଣ ଆଡକୁ ରହିଥାଏ। ଫଳରେ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ। ଉତ୍ତମ ନିଦ ମଧ୍ୟ ହୋଇନଥାଏ। ତେଣୁ ଶୟନ ପାଇଁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ।

    ଶୟନ କକ୍ଷରେ ଖଟ ସମ୍ମୁଖରେ ଆଇନା କିମ୍ବା ଡ୍ରେସିଙ୍ଗ୍‌‌ ଟେବୁଲ ରଖିବା ଉଚିତ ନୁହେଁ। ଶୟନ କକ୍ଷରେ ଆଇନା କିମ୍ବା ଡ୍ରେସିଙ୍ଗ୍‌‌ ଟେବୁଲ ଥିଲେ ବ୍ୟବହାର ସମୟ ବ୍ୟତୀତ ଅନ୍ୟ ସମୟରେ ଏହାକୁ କପଡା ଦ୍ୱାରା ଢାଙ୍କି ରଖନ୍ତୁ। ଶୟନ କକ୍ଷରେ ଟିଭି ମଧ୍ୟ ରଖନ୍ତୁ ନାହିଁ।

    ଘରର ଅଗଣାକୁ ସର୍ବଦା ସଫାସୁତୁରା ରଖନ୍ତୁ। କଦାପି ଅସନା ଅପରିଷ୍କାର ରଖନ୍ତୁ ନାହିଁ। ଏହାକୁ ଅଣଦେଖା କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଲାଗି ରହେ। ଏହାସହ ଖରାପ ବୈଦ୍ୟୁତିକ ଉପକରଣ ମଧ୍ୟ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଚିନ୍ତା ଓ କଳହ ଲାଗି ରହିଥାଏ। ଘରର କବାଟ କଦାପି ପରସ୍ପର ସମ୍ମୁଖରେ ହେବା ଉଚିତ ନୁହେଁ। ଏହାଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହେବା ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହିଥାଏ। 

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook