Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ହୋଲିରେ ଯୁବତୀଙ୍କୁ ଉଠାଇ ନିଅନ୍ତି ଯୁବକ

    Share on :
    ajab-Image
    Date: Mar 7, 2023    Views: 2410

    ମଧ୍ୟପ୍ରଦେଶ : ଆନନ୍ଦ ଓ ଉଲ୍ଲାସର ପର୍ବ ହୋଲି । ହୋଲିରେ ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଏକ ବିଚିତ୍ର ପରମ୍ପରା ହେଉଛି ମଧ୍ୟପ୍ରଦେଶର ଭିଲ୍ ଆଦିବାସୀ ସମ୍ପ୍ରଦାୟର । ହୋଲିଦିନ ଏହି ଗାଁରେ ଏକ ବଜାର ଲାଗିଥାଏ ,ଯାହାକୁ ହାଟ କୁହାଯାଏ । ଏହି ହାଟରୁ ଭିଲ୍ ଲୋକମାନେ ବିଭିନ୍ନ ଜିନିଷ କିଣାକିଣି କରିଥାନ୍ତି । ଯୁବକ ଓ ଯୁବତୀ ମାନେ ଜୀବନସାଥୀ ଖୋଜିବାକୁ ଏହି ହାଟକୁ ଆସିଥାନ୍ତି ।

    ପରମ୍ପରା ଅନୁସାରେ ଡାଟରେ ଉକ୍ତ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇଥାନ୍ତି । ଯୁବକମାନେ ମାଦଳ ନାମକ ବାଦ୍ୟଯନ୍ତ୍ର ବଜାଇ ତାର ତାଳେ ତାଳେ ନୃତ୍ୟ କରିଥାନ୍ତି । ନୃତ୍ୟ ସମୟରେ ଯୁବତୀଙ୍କ ଗାଲରେ ସେମାନେ ଅବିର ଲଗାଇଥାନ୍ତି । ଯଦି ଯୁବତୀଙ୍କ ମଧ୍ୟରୁ କେହି ଅବିର ଲଗାଇଥିବା ଗାଲରେ ହୋଲି ରଙ୍ଗ ଲଗାଇଥାନ୍ତି ,ତେବେ ଏହାକୁ ଉଭୟଙ୍କ ସମ୍ମତି ଭାବେ ଗ୍ରହଣ କରାଯାଇଥାଏ । ଏହାପରେ ଯୁବକ ସେହି ଯୁବତୀକୁ ଉଠାଇ ନେଇଥାନ୍ତି ।

    ଉଭୟଙ୍କ ସମ୍ମତିକୁ ସେମାନଙ୍କ ବିବାହ ବୋଲି ମାନି ନିଆଯାଏ । ଏହିଦିନ ଯୁବତୀ ଚାହିଁଲେ କୈାଣସି ଯୁବକଙ୍କ ସହ ଯାଇପାରିବେ , ଘର ଲୋକ କିଛି କହିପାରିବେ ନାହିଁ । ଅପରପକ୍ଷେ ଯଦି ଯୁବକ କୈାଣସି ଯୁବତୀକୁ ଅବିର ଲଗାଇ ପରେ ସମ୍ମତି ନ ଜଣାଏ; ତେବେ ସେ ଅନ୍ୟ ଯୁବତୀକୁ ମଧ୍ୟ ଅବିର ଲଗାଇପାରିବ ।   

    Maximum 500 characters

    ବିଶେଷ View all

    Find Us on Facebook