Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ହୋଲି ଟିପ୍ସ: ରଙ୍ଗ ଖେଳିବା ପୂର୍ବରୁ ନିଅନ୍ତୁ କେଶର ଯତ୍ନ

    Share on :
    ajab-Image
    Date: Mar 5, 2023    Views: 2848

    ଭୁବନେଶ୍ୱର: ପବିତ୍ର ହୋଲି ଉତ୍ସବ ଆସିଲେ ରଙ୍ଗ ଖେଳିବା ନିଶ୍ଚିତ । କିନ୍ତୁ ରଙ୍ଗ ଖେଳିବା ପରେ ଯେଉଁ ପରିସ୍ଥିତି ଆସେ ତାକୁ ସାମ୍ନା କରିବା ହୋଇଯାଇଥାଏ କାଠିକର ପାଠ । ତାହା ହେଉଛି କେଶରୁ ରଙ୍ଗ ଛଡ଼ାଇବା । ଦେହରୁ ରଙ୍ଗ ଛାଡ଼ିଯାଇଥାଏ କିନ୍ତୁ କେଶରୁ ରଙ୍ଗ ସହଜରେ ଛାଡ଼ି ନଥାଏ । ଏହା ଆମର ଚୁଟଟି ଝଡ଼ିବା ପରି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ୪-୫ ଥର ଧୋଇଲେ ମଧ୍ୟ କେଶରୁ ସହଜରେ ରଙ୍ଗ ଛାଡ଼ିନଥାଏ । ଏପରି ସ୍ଥିତି ଉପୁଜିବା ପୂର୍ବରୁ ହିଁ ଆମକୁ ଉପାୟ ଖୋଜିନେବା ଆବଶ୍ୟକ ।  ଏଥିରୁ ବଞ୍ଚିବା ପାଇଁ ଆପଣ ୪ ପ୍ରକାରର ତେଲ ବ୍ୟବହାର କରିପାରିବେ । 

    ନଡ଼ିଆ ତେଲ: ନଡ଼ିଆ ତେଲକୁ ରାତିରେ ପ୍ରଥମେ ଗରମ କରନ୍ତୁ । ଥଣ୍ଡା ହେବା ପରେ ଭଲ ଭାବରେ ମୁଣ୍ଡ ଭିତରେ ମାଲିସ କରନ୍ତୁ । ଯେପରି ଚୁଟିରେ ଓ ମୁଣ୍ଡରେ ଭଲ ଭାବରେ ତେଲ ଲାଗିଯିବ । ରାତିରେ ତେଲ ଲଗାଇବାର ଫାଇଦା ହେଉଛି କି ତେଲ ଭଲଭାବରେ ମୁଣ୍ଡରେ ଓ ଆମ ସ୍କିନରେ ମିଶିଯିବା । ଯାହା କେଶକୁ ଖାଦ୍ୟ ଓ ପୋଷଣ ଯୋଗାଇଥାଏ ।

    ବାଦାମ ତେଲ: ଭିଟାମିନ-ଇ ରେ ଭରପୁର ଥାଏ ବାଦାମ ତେଲ । ଏହା କେବଳ କେଶ ମୂଳକୁ ମଜବୁତ କରିନଥାଏ ବରଂ ଏହା କେଶରେ ଚମକ ମଧ୍ୟ ଆଣିଥାଏ । ହୋଲି ଖେଳିବାର ଘଣ୍ଟେ ଦୁଇ ଘଣ୍ଟା ପୂର୍ବରୁ ହିଁ ଏହି ତେଲକୁ କେଶରେ ଓ କେଶ ମୂଳରେ ମାଲିସ କରନ୍ତୁ । ଧ୍ୟାନ ରଖିବେ କି ତେଲ କେଣ ମୂଳ ଠାରୁ କେଶ ଅଗ ପର୍ଯ୍ୟନ୍ତ ଭଲଭାବରେ ଲାଗିଥିବ । 

    ଓଲିଭ ତେଲ: ଆପଣ ବଜାରରେ ବହୁତ ସହଜରେ ଅଲିଭ ତେଲ ପାଇପାରିବେ ରଙ୍ଗ ଖେଳିବାର ଏକ ଘଣ୍ଟା ପୂର୍ବରୁ ଆପଣ ଏହାକୁ ତ୍ୱଚା ସହିତ ଆପଣଙ୍କ କେଶରେ ମାଲିସ କରନ୍ତୁ । ଏହାପରେ କେଶକୁ କିଛି ସମୟ ବାନ୍ଧନ୍ତୁ ଯାହା ଦ୍ୱାରା କେଶ ଭଲ ଭାବରେ ଅବଶୋଷିତ ହୋଇଥାଏ । 

    ଆମଲା ତେଲ: ଆମଲା ବା ଅଁଳା କେଶ ପାଇଁ ବହୁତ ଉପକାର ହୋଇଥାଏ । କେଶ ବଢ଼ିବା ସହ ଝଡ଼ୁଥିବା କେଶ ସମସ୍ୟାରୁ ମୁକ୍ତି ଦେଇଥାଏ ଆମଲା ତେଲ । ଆପଣ ଆମଲା ତେଲକୁ ବଜାରରେ ବିଭିନ୍ନ ପ୍ରକାରର ବ୍ରାଣ୍ଡରେ ମଧ୍ୟ ପାଇ ପାରିବେ । ରଙ୍ଗ ଖେଳିବାରୁ ଏକ ଘଣ୍ଟା ପୂର୍ବରୁ ଏହାକୁ କେଶରେ ଭଲ ଭାବରେ ମାଲିସ କରନ୍ତୁ । ଆମଲା ତେଲ କେଶରେ ଓ ତ୍ୱଚାରେ ଗୋଟିଏ ଲେୟାର ସୃଷ୍ଟି କରିଥାଏ ଯାହା ରଙ୍ଗକୁ ଭେଦ କରିବା ସକ୍ଷମ ହୋଇନଥାଏ । ଏହାଫଳରେ ରଙ୍ଗ ଖେଳିବା ପରେ ଉଷୁମ ପାଣିରେ ଧୋଇଲେ ଏହା ଭଲଭାବରେ ଛାଡ଼ିଯାଇଥାଏ । ତେଲ ଯୋଗୁଁ ଆମ ଶରୀର ଓ କେଶରେ କୌଣସି ପ୍ରକାରର କ୍ଷତି ମଧ୍ୟ ହୋଇନଥାଏ । ଏହାଦ୍ୱାରା କେଶ ଝଡ଼ିବାର ଡ଼ର ମଧ୍ୟ ନଥାଏ । 

    Maximum 500 characters

    ବିଶେଷ View all

    Find Us on Facebook