Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମ ହୋଲି

    Share on :
    ajab-Image
    Date: Mar 6, 2023    Views: 2703

    ମୁମ୍ବାଇ : ଆସୁଛି ହୋଲି । ହୋଲିକୁ ନେଇ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଏକାଧିକ ଗୀତ ଅଧିକ ଉଲ୍ଲାସ ଭରିଦେଇଛି । କିନ୍ତୁ ପ୍ରଥମ ଥର ବଲିଉଡ଼ରେ ହୋଲି ଦୃଶ୍ୟକୁ ସ୍ଥାନିତ କରାଯିବାର ଅନୁଭବ ନିଆରା ଥିଲା । ସ୍ୱାଧିନତା ପୂର୍ବରୁ ବଲିଉଡ଼ରେ ହୋଲି ଖେଳ ଆରମ୍ଭ ହୋଇଥିଲା ।

    ୧୯୪୦ ରେ କଳାକାର ମାନେ ପରଦାରେ ପ୍ରଥମ କରି ହୋଲି ଖେଳିଥିଲେ । ଚଳଚ୍ଚିତ୍ରର ନାମ ଥିଲା ‘ଔରତ’ ଏବଂ ଏଥିରେ ସର୍ଦ୍ଧାର ଅଖତର, ସୁରେନ୍ଦ୍ର, କହ୍ନେୟାଲାଲ, ୟାକୁବଙ୍କ କଳାକାରମାନେ ପ୍ରଥମ ଥର କଳାଧଳା ହୋଲି ଖେଳିଥିଲେ । ମେହବୁବ ଖାନଙ୍କର କଳାଧଳା ଚଳଚ୍ଚିତ୍ର ୧୯୫୭ ମସିହାରେ ‘ମଦର ଇଣ୍ଡିଆ’ ନାମରେ ପୁନଃନିର୍ମାଣ କରି ରିଲିଜ କରାଯାଇଥିଲା । ଔରତର ବାର ବର୍ଷ ପରେ ୧୯୫୨ ମସିହାରେ ଆସିଥିବା ବଲିଉଡ଼ ଚଳଚ୍ଚିତ୍ର ‘ଆନ୍’ରେ ରଙ୍ଗିନ୍ ହୋଲିଖେଳର ଦୃଶ୍ୟ ରହିଥିଲା । ଦିଲ୍ଲୀପ କୁମାର ଏବଂ ନିମ୍ମି ଏହି ଚଳଚ୍ଚିତ୍ରରେ ଧୁମ୍ ହୋଲି ଖେଳିଥିଲେ । ମେହବୁବ ଖାନ ଏହାକୁ ମୁକ୍ତିଲାଭ କରାଇଥିଲେ ।

    କିମ୍ବଦନ୍ତୀ ଅଭିନେତା ରାଜକାପୁରଙ୍କ ହୋଲି ପାର୍ଟି ବଲିଉଡ଼ର ସବୁଠାରୁ ଚର୍ଚ୍ଚିତ ପାର୍ଟି ହେଉଥିଲା । ଏବେ ସଂଖ୍ୟାଧିକ ହୋଲି ଗୀତ ହିନ୍ଦୀ ଚଳଚ୍ଚିତ୍ରରେ ସ୍ଥାନ ପାଇଥିଲେ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଗୀତଗୁଡ଼ିକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି । ସେ ମଧ୍ୟ ପରଦାରେ ସର୍ବାଧିକ ଥର ହୋଲି ଖେଳିଥିବା ଅଭିନତା ହୋଇପାରିଛନ୍ତି ।  

     

    Maximum 500 characters

    ବିଶେଷ View all

    Find Us on Facebook