ମୁଖ୍ୟ ଖବର
ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ରଙ୍ଗ ହିଁ ରଙ୍ଗ । ସାରା ଓଡ଼ିଶା ଆଜି ରଙ୍ଗ ଓ ଉଲ୍ଲାସରେ ଭିଜିଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ରଙ୍ଗ ଖେଳି, ପରସ୍ପରକୁ ଅଭିନନ୍ଦନ ଜଣାଇ ଓ ମିଠା ବଣ୍ଟନ କରି ଏହି ପର୍ବକୁ ଉତ୍ସାହର ସହ ପାଳନ କରୁଛନ୍ତି । ପିଲାଠୁ ବୃଦ୍ଧ, ନେତା ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ହୋଲି ଖେଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, "ରଙ୍ଗର ପର୍ବ ହୋଲିର ହାର୍ଦ୍ଦିକ ଶୁଭେଚ୍ଛା । ଆନନ୍ଦ ଓ ଉଲ୍ଲାସର ଏହି ପର୍ବ ସଭିଙ୍କ ଜୀବନ ଖୁସି ଭରି ଦେଉ । ସମସ୍ତେ ସୁରକ୍ଷିତ ଭାବେ ହୋଲି ପାଳନ କରନ୍ତୁ ।"
ହୋଲି ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ପୋଲିସ ଟିମ୍ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପ୍ରହରା ଦେଉଛନ୍ତି । ସମଗ୍ର ରାଜ୍ୟରେ ଶାନ୍ତିପୂର୍ଣ୍ଣ ଓ ଉଲ୍ଲାସମୟ ପରିବେଶ ମଧ୍ୟରେ ହୋଲି ପାଳନ ହେଉଛି ।
Comments ସମସ୍ତ ମତାମତ