Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହୋଲି : ମଦ ପିଇ ଗାଡି ଚଳାଇଲେ ସିଜ ହେବ ଗାଡି

    Share on :
    ajab-Image
    Date: Mar 3, 2026    Views: 2824

    ଭୁବନେଶ୍ବର : ମଦୁଆ ସାବଧାନ । ମଦ ପିଇ ଗାଡି ଚଳାଇଲେ ସିଜ ହେବ ଗାଡି । ହୋଲି ପାଇଁ କଡା ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର । ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସପି ଦାୟିତ୍ୱରେ ରହିବେ । ୧୭ଟି ମୋବାଇଲ ପାର୍ଟି ପଇଁତରା ମାରିବେ । ୮୫ଟି ସ୍ଥାନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ହେବ । ୧୦ ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ମୁତୟନ ରହିବେ । ୪ ଟି ଷ୍ଟ୍ରାଇକିଙ୍ଗ ଟିମ ସୁରକ୍ଷା ଦାୟିତ୍ୱରେ ରହିବେ ।

    ଏହାସହ ରାସାୟନିକ ରଙ୍ଗ ବ୍ୟବହାର ନକରିବାକୁ ସୂଚନା ଦେଇଛି କମିଶନରେଟ ପୋଲିସ । ବିଶୃଙ୍ଖଳାକାରୀଙ୍କ ଉପରେ ପୋଲିସର ନଜର ରହିଛି । ହୋଲିକୁ ନେଇ ଯେଉଁ ଇଭେଣ୍ଟ ହେବ, ତା’ ଉପରେ ମଧ୍ୟ ନଜର ରଖିବ କମିଶନରେଟ ପୋଲିସ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook