Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

HOLI

ମୁଖ୍ୟ ଖବର

    ହୋଲି ଖେଳିବା ପୂର୍ବରୁ ଜାଣନ୍ତୁ କ’ଣ କୁହନ୍ତି ଡ଼ାକ୍ତର ?

    Share on :
    ajab-Image
    Date: Mar 1, 2023    Views: 2655

    ଭୁବନେଶ୍ୱର: ଆସୁଛି ରଙ୍ଗର ପର୍ବ ହୋଲି । ପିଲାଠାରୁ ବୟସ୍କ ସବୁଠୁ ପବିତ୍ର ହୋଲି ପର୍ବକୁ ନେଇ ଉତ୍ସାହ ଓ ଉଦ୍‌ପନା । ସମସ୍ତେ ପାଳୁଛନ୍ତି ଏ ଭାଇଚାରାର ପର୍ବ । ଆସିଛି ଫଗୁଣ, ସାଥିରେ ଆଣିଛି ଫଗୁର ମହକ। ସ୍ନେହ, ପ୍ରେମ, ଭଲ ପାଇବା ଓ ଭାଇଚାରାର ପର୍ବ ହୋଲି। ଏହା ପୂର୍ବରୁ ରାଜ୍ୟ ରାଜଧାନୀ ଭୁବନେଶ୍ବର ନାନା ରଙ୍ଗରେ ରଙ୍ଗୀନ ଭାବେ ସୁନ୍ଦର ଦେଖାଯାଉଥିଲା। ବିଗତ ଦୁଇ ବର୍ଷର କରୋନା ଦୁଃଖ ଭୁଲି ଏବେ ସାମାନ୍ୟ ଆଶ୍ବସ୍ତି ମିଳିଥିବାରୁ ନିରାଡମ୍ବର ଆୟୋଜନରୁ ଆଡମ୍ବର ଆୟୋଜନ ମୁଡକୁ ଫେରିଛନ୍ତି ରାଜଧାନୀବାସୀ। ଛୋଟ ପିଲାରୁ ବୟସ୍କ ସଭିଏଁ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଅଭିନନ୍ଦନ ଜଣାଇବାରେ ଲାଗିପଡ଼ିଛନ୍ତି।

    ହର୍ବାଲ ରଙ୍ଗ ସମେତ ଘରୋଇ ରଙ୍ଗ ବ୍ୟବହାର କରିବା ଓ ସର୍ବସାଧାରଣ ଓ ଗହଳି ସ୍ଥାନରୁ ଦୂରେଇ ରଙ୍ଗ ଖେଳୁଛନ୍ତି ସହରବାସୀ। ଏଥିପାଇଁ ଆବଶ୍ୟକୀୟ ରଙ୍ଗ ଓ ପଦାର୍ଥ ଘରକୁ କିଣି ଆଣିଛନ୍ତି। ସେହିପରି ରଙ୍ଗ ଖେଳିବାକୁ ଟି ସାର୍ଟ ଟ୍ରେଣ୍ଡ ଦେଖିବାକୁ ମଧ୍ୟ ମିଳିଛି। ବ୍ୟବସାୟୀ କହିଛନ୍ତି ଯେ କରୋନା ଡର ଓ କଟକଣା ବ୍ୟବସାୟ କୁ ମାନ୍ଦା କରିଛି ସତ। ହେଲେ ଦୁଇ ବର୍ଷ ତୁଳନାରେ ଚଳିତ ବର୍ଷ ହୋଲିର ମଜା ଉଠୁଛନ୍ତି ଲୋକ।

     
      

    Maximum 500 characters

    Find Us on Facebook