Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏଠାରେ ହୋଲି ଖେଳିବାକୁ ଭୟ କରନ୍ତି ଲୋକେ, ରହସ୍ୟରେ ଘେରା ସ୍ଥାନ

    Share on :
    ajab-Image
    Date: Mar 1, 2023    Views: 2534

    ରଙ୍ଗର ପର୍ବ ହୋଲି ପାଇଁ ପ୍ରାୟ ସମସ୍ତେ ଭାବାତୁର ହୋଇ ଆପେକ୍ଷା କରିଥାନ୍ତି । ଏହା ଭାରତର ଗୋଟିଏ ମୁଖ୍ୟ ପର୍ବ ହୋଇଥିଲେ ମଧ୍ୟ କିଛିଟା ସ୍ଥାନ ଏଭଳି ରହିଛି ଯେଉଁଠି ଏହି ପର୍ବକୁ ପାଳନ କରାଯାଏ ନାହିଁ । ଯେଉଁଠି ହୋଲି ବିଲକୁଲ ବି ଖେଳାଯାଏ ନାହିଁ । ଆସନ୍ତୁ ଜାଣିବା ସେହି ଯାଗା ଗୁଡ଼ିକ ବିଷୟରେ...

    - ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଦୁର୍ଗାପୁର ଗ୍ରାମରେ ଲୋକମାନେ ହୋଲିର ପର୍ବକୁ ଭୟ କରିଥାନ୍ତି । ଏଠାରେ ହୋଲି ଦିନ ଲୋକମାନେ ଭୁଲରେ ମଧ୍ୟ ରଙ୍ଗ ଖେଳନ୍ତି ନାହିଁ । ସେମାନଙ୍କ ଧାରଣା ରହିଛି ଯେ, ଯଦି ହୋଲି ଖେଳିବେ ତାହାଲେ ବିପଦ ମାଡ଼ି ଆସିବ । ଏକ ପୌରାଣିକ କଥା ଅନୁସାରେ ଏହି ଗ୍ରାମର ଶାସକ ଥିଲେ ରାଜା ଦୁର୍ଗା ଦେବ, ସେହି ରାଜାଙ୍କ ପୁତ୍ରଙ୍କର ହୋଲି ଦିନ ମୃତ୍ୟୁ ହୋଇଗଲା । ଯଦି କେବେବି ଏହି ସ୍ଥାନରେ ହୋଲି ପର୍ବ ଆରମ୍ଭ ହୋଇଛି ସେତେବେଳେ ମରୁଡ଼ି ସମସ୍ୟା ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ ସ୍ଥାନରେ ମରୁଡ଼ି ପଡ଼ିଯାଏ । ଏହି ରାଜା ସେଥିପାଇଁ ନିଜ ମୃତ୍ୟୁ ପୂର୍ବରୁ ଆଦେଶ ଦେଇଥିଲେ ଯେ ତାଙ୍କ ଗ୍ରାମରେ କେବେବି ହୋଲି ପାଳନ ହେବ ନାହିଁ ।  

    - ଭାରତରେ ଏଭଳି ଗୋଟାଏ ସ୍ଥାନ ରହିଛି ଯେଉଁଠି ହୋଲିରେ ରଙ୍ଗ ନଖେଳି  ଶୋକ ସଭା କରିଥାନ୍ତି ।  ଏହି ଗ୍ରାମଟି ହେଉଛି  ରାୟ ବରେଲୀ ସ୍ଥିତ  ଡଲମଉ ଅଞ୍ଚଳର ଖଜୁରୀ ଗ୍ରାମ ।  ଏଠାରେ ଥିବା ସ୍ଥାନୀୟ  ବାସିନ୍ଦା କୁହନ୍ତି  ଯେ ପୁରୁଣା ସମୟରୁ ଖଜୁରୀ ଗ୍ରାମର  କିଲ୍ଲାକୁ  ମୋଗଲ ଶାସକ  ହୋଲି ଦିନ  ଧ୍ୱସ୍ତ କରିଦେଇଥିଲେ । ହଜାର ହଜାର  ଲୋକଙ୍କ ମୃତ୍ୟୁ ହୋଇ ।ଇଥିଲା । ଏଠାରେ ହୋଲି ଦିନ  ଘଟଣାଟି ଘଟିଥିବା କାରଣରୁ ଏଠାରେ ହୋଲି ପାଳନ କର।।ଏ ନାହିଁ ।  

    - ରାଜସ୍ଥାନ ବ୍ରହ୍ମଣ ଜାତିର  ଚୋବାଟିଆ  ଜୋଷୀ  ଜାତିର ଲୋକମାନେ  ହୋଲି ପାଳନ କରନ୍ତି ନାହିଁ । କାରଣ ଏହି ଜାତିର ଜଣେ ମହିଳାଙ୍କ ପୁତ୍ର ହୋଲିକା  ଦହନ ସମୟରେ  ନିଆଁରେ ଜଳି ମୃତ୍ୟୁ ବରଣ କରିଥିଲା । ସେହିଦିନ ଠାରୁ  ସେଠାରେ ହୋଲି  ପର୍ବ  ପାଳନ କର।।ଏ ନାହିଁ । କୁହ।।ଏ ଯେ ଏହି ଗ୍ରାମରେ ହୋଲି ପାଳନ ହେଲେ ଲୋକମାନେ କଷ୍ଟ  ଭୋଗ କରିବେ ।

    Maximum 500 characters

    ବିଶେଷ View all

    Find Us on Facebook