Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସହରିୟାଙ୍କ ଉତ୍ସବ ହୋଲି

    Share on :
    ajab-Image
    Date: Mar 1, 2023    Views: 3047

    ରାଜସ୍ଥାନର ବାରନ ଜିଲ୍ଲାର ସହରିୟା ସମ୍ପ୍ରଦାୟର ଲୋକମାନେ ହୋଲି ଏବଂ ଫସଲ ଅମଳର ଉତ୍ସବ ବଡ଼ ଧୁମଧାମରେ ମନାନ୍ତି । ବାରାନ ଜିଲ୍ଲା ରାଜ୍ୟର ଦରିଦ୍ରତମ ଜିଲ୍ଲାମାନଙ୍କ ମଧ୍ୟରେ ଅନ୍ୟତମ । ରାଜସ୍ଥାନର ବାରନ ଜିଲ୍ଲାର ମାମୋନି ଗାଁ’ରେ ହୋଲି ପାଇଁ ପ୍ରସ୍ତୁତି କିଛିଦିନ ଆଗରୁ ଅନେକ ଉତ୍ସାହର ସହ ଆରମ୍ଭ ହୋଇଯାଏ । ଏହି ଉତ୍ସବ ମାର୍ଚ୍ଚ ମାସରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲେ, ସାଧାରଣତଃ ପୂର୍ଣ୍ଣିମା ସମୟରେ । ଏହି ଗାଁ’ର ଲୋକମାନଙ୍କ ପାଇଁ ଏହି ଧାର୍ମିକ ଉତ୍ସବ ଫସଲ ଅମଳ ଋତୁ ଆରମ୍ଭ ହେବା ପୂର୍ବରୁ ଈଶ୍ୱର ଏବଂ ପ୍ରକୃତି ପାଖରେ କୃତଜ୍ଞତା ଜ୍ଞାପନ କରିବାର ସମୟ ।

    ହୋଲିପର୍ବର ପୂର୍ବ ରାତିରେ ଏକ ଅଗ୍ନି ପ୍ରଜ୍ୱଳନ କରାଯାଏ, କିମ୍ବଦନ୍ତୀ ଅନୁଯାୟୀ ଏହା ହୋଲିକା ଦହନର ପ୍ରତୀକ । ଗହମ ନଡ଼ାଗୁଡ଼ିକ ନିଆଁରେ ପୋଡ଼ାଯାଏ । ପୁରୁଣା ସମୟରେ ଗ୍ରାମବାସୀମାନେ ଏହା ପରଦିନ ପରସ୍ପରକୁ ଏହି ପାଉଁଶ ଛିଞ୍ଚି ବା ମୁହଁରେ ଲଗାଇ ଶୁଭେଚ୍‌ଛା ଜଣାଉଥିଲେ । ସମୟକ୍ରମେ ଏହି ପାଉଁଶର ସ୍ଥାନ ରଙ୍ଗୀନ ଗୁଣ୍ଡ ନେଇଗଲା ଯାହାକି ବର୍ତ୍ତମାନ ସାରା ଦେଶରେ ଏହି ପର୍ବ ପାଳନ ପାଇଁ ବ୍ୟବହୃତ ହେଉଛି ।

    ହୋଲିର ଦୃଢ଼ ଧାର୍ମିକ ଗୁରୁତ୍ୱ ରହିଥାଇପାରେ କିନ୍ତୁ କୃଷକ ସମୁଦାୟ ପାଇଁ ଏହି ପର୍ବ ବସନ୍ତ ଏବଂ ଅମଳ ଋତୁର ବାହକ । ଅନ୍ୟସବୁ ସହ ଏହା ଆନନ୍ଦ ଏବଂ ଆଶା ଆଣେ ।
    ବାରନ ସହରିୟା ଆଦିବାସୀ ସମୁଦାୟର ବାସସ୍ଥଳ । ଯେଉଁମାନେ କି ରାଜସ୍ଥାନର ସବୁଠାରୁ ଦରିଦ୍ର ସମୂହ ମଧ୍ୟରୁ ଅନ୍ୟତମ । ସହରିୟାମାନେ ମୂଳତଃ ବର୍ତ୍ତମାନର ପୂର୍ବ ରାଜସ୍ଥାନ ଅଞ୍ଚଳର ଜଙ୍ଗଲରେ ବସବାସ କରୁଥିଲେ । ଏହି ସମୂହର ବୟସ୍କମାନେ ସେ ସମୟକୁ ମନେପକାନ୍ତି, ଯେତେବେଳେ ସେମାନଙ୍କ ପିତୃପୁରୁଷମାନେ ଜଙ୍ଗଲରେ ରହୁଥିଲେ । ସେମାନେ କୁହନ୍ତି, ସବୁକିଛି ବଦଳିଗଲାଣି, ଯେବେଠାରୁ ଅନ୍ୟ ରାଜ୍ୟର ଲୋକମାନେ ଆସି ସେମାନଙ୍କର ଜମି ଅକ୍ତିଆର କରିନେଲେ ଏବଂ ବାସିନ୍ଦାମାନଙ୍କୁ ସେମାନଙ୍କ ଘରୁ ତଡ଼ିଦେଲେ । ଏବେ ଜଙ୍ଗଲ ସରକାରଙ୍କର ।

    ସାହାରିୟାମାନେ କେବେ ବି କୃଷି କରୁନଥିଲେ ସବୁବେଳେ ଜଙ୍ଗଲରେ ରହୁଥିଲେ ଏବଂ ଜଙ୍ଗଲର ଯତ୍ନ ନେଉଥିଲେ । ଏହି ସମୂହର ଔଷଧୀୟ ଏବଂ ଖାଦ୍ୟ ଯୋଗ୍ୟ ଗଛ ସମ୍ପର୍କରେ ଅଗାଧ ଜ୍ଞାନ ରହିଛି ଏବଂ ସେମାନେ ନିଜସ୍ୱ ସାଂସ୍କୃତିକ ପରମ୍ପରା ଜୀବିତ ରଖିଛନ୍ତି । କିନ୍ତୁ ଯେତେବେଳେ ସର୍ଦ୍ଦାର, ଜାଟ୍‌ ଏବଂ ଅନ୍ୟ ଶକ୍ତିଶାଳୀ ସମୂହ ଏହି ଅଞ୍ଚଳକୁ ଆସିଲେ ସେମାନେ ସହରିୟାମାନଙ୍କୁ ଦୁର୍ବଳ କରିବାର ଉପାୟ ଭାବରେ ନିଜର କୃଷି ନିୟମ ଏବଂ ପରମ୍ପରା ସେମାନଙ୍କ ଉପରେ ଜୋର ଜବରଦସ୍ତ ଲଦି ଦେଲେ ।

    କ୍ରମଶଃ ସରକାର ଭାରତୀୟ ଜଙ୍ଗଲ ଆଇନ (୧୯୨୭ର) ଅଧୀନରେ କୃଷି ପାଇଁ ଅଧିକ ସ୍ଥାନ ଦେବାକୁ ଜଙ୍ଗଲ କାଟିଲେ ଏବଂ ସହରିୟାମାନେ ନୂତନ ଜମି ମାଲିକମାନଙ୍କ ପାଇଁ ଶସ୍ତା କିମ୍ବା ମାଗଣା ଶ୍ରମିକ ଭାବରେ ବ୍ୟବହୃତ ହେଲେ । ଜଙ୍ଗଲ ପାଖରେ ପହଞ୍ଚିବାର କୌଣସି ସୁବିଧା ନଥାଇ ସହରିୟାମାନେ ନିଜର ଅନେକ ପରମ୍ପରା ଏବଂ ସାମାଜିକ ବ୍ୟବସ୍ଥା ହରାଇଲେ । ସେମାନଙ୍କର ଅଧିକାଂଶ ପୁରୁଣା ଖାଦ୍ୟ ଉତ୍ସ ହଜିଗଲା । କିଷନଗଞ୍ଜ ତାଲୁକା ପରି ଅଞ୍ଚଳରେ ଏହି ପରିସ୍ଥିତି ଆହୁରି କଷ୍ଟକର । ଯେଉଁଠାରେ ସହରିୟାମାନଙ୍କ ଉପରେ ନଗଦ ଋଣକୁ ସେମାନଙ୍କୁ ଧମକ ଦେବାର ଉପାୟ ଭାବରେ ନିଆଯାଉଛି । ୧୯୭୬ ମସିହାର ଗୋତି ଶ୍ରମିକ (ଉଚ୍ଛେଦ) ଆଇନ ଏହି ସମୂହକୁ ସୁରକ୍ଷା ଦେଇପାରୁଥିବା ପରି ମନେ ହେଉନାହିଁ । 

     

    Maximum 500 characters

    ବିଶେଷ View all

    Find Us on Facebook