Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଶୁଟଆଉଟରେ ହାରି ବିଶ୍ୱକପରୁ ଟିମ ଇଣ୍ଡିଆ ଆଉଟ୍‌

    Share on :
    ajab-Image
    Date: Jan 23, 2023    Views: 3264

    ଓଡ଼ିଶାରେ ହକି ବିଶ୍ୱକପ ଜିତିବାକୁ ଭାରତ ଦେଖିଥିବା ସ୍ୱପ୍ନ ଅଧା ରହି ଯାଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା କ୍ରସଓଭର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଶୁଟ ଆଉଟରେ ହାରି ଭାରତ ବିଶ୍ୱକପରୁ ବିଦାୟ ନେଇଛି। ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୩-୩ ଗୋଲ ସ୍କୋର କରିବାରୁ ମ୍ୟାଚ୍‌ ଶୁଟ ଆଉଟକୁ ଯାଇଥିଲା। ପ୍ରଥମ ୫ଟି ଶଟ ପରେ ଦୁଇ ଦଳ ପୁଣି ୩-୩ ସ୍ତରରେ ରହିଥିଲେ। ଏହାପରେ ନ୍ୟୁଜିଲ୍ୟାଣ୍ଡ ଶଟ ମାରିଥିଲେ ମଧ୍ୟ ଶ୍ରୀଜେଶ ଏହାକୁ ଅଟକାଇ ଦେଇଥିଲେ। ଭାରତ ପାଖରେ ଲିଡ୍‌ ପାଇଁ ସୁଯୋଗ ଥିଲେ ମଧ୍ୟ ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ହାତ ଛଡ଼ା କରିଥିଲେ। ପ୍ରଥମ ଶଟ ଅଟକାଇବା ପରେ ପିଆର ଶ୍ରୀଜେଶ ଆହତ ହୋଇଥିଲେ। ଏଥିପାଇଁ କିଶନ ପାଠକ ମୈଦାନକୁ ଓହ୍ଲାଥିଲେ। ତେବେ ଦୁଇ ଦଳ ନିଜ ନିଜର ଦ୍ୱିତୀୟ ଶଟ୍‌ରେ ସଫଳତା ପାଇଥିଲେ।
    ତୃତୀୟ ଶଟ୍‌ ନ୍ୟୁଜିଲ୍ୟାଣ୍ଡ ମିସ୍‌ କରି ଯାଇଥିଲା। ଭାରତ ମଧ୍ୟ ତୃତୀୟ ଗୋଲ ସ୍କୋର କରି ପାରି ନଥିଲା। ୪ର୍ଥ ଶଟ୍‌ ନ୍ୟୁଜିଲ୍ୟାଣ୍ଡ ସଫଳତାର ସହ ଗୋଲ କରି ପୁଣି ଭାରତ ଉପରେ ଚାପ ସୃଷ୍ଟି କରିଥିଲା। ଭାରତ ପାଇଁ ଶମଶେର ସିଂହ ୪ର୍ଥ ଶଟ୍ ମାରିଥିଲେ ମଧ୍ୟ ଭାରତକୁ ରି-ଟେକ୍‌ ସୁଯୋଗ ମିଳିଥିଲା। କିନ୍ତୁ ଏହାକୁ ମଧ୍ୟ ଗୋଲରେ ପରିଣତ କରିପାରି ନଥିଲେ ଶମଶେର। ଫଳରେ ନ୍ୟୁଜିଲ୍ୟାଣ୍ତ ୪-୫ ଶୁଟ ଆଉଟରେ ମ୍ୟାଚ୍‌ ଜିତି ଭାରତକୁ ବିଶ୍ୱକପରୁ ବିଦା କରି ଦେଇଛି।
    ଭାରତ ଏବେ ୨୬ ତାରିଖରେ କ୍ଲାସିଫେକସନ ମ୍ୟାଚ୍‌ରେ ଜାପାନକୁ ଭେଟିବ। ସେହିପରି ନ୍ୟୁଜିଲ୍ୟାଣ୍ଡ ବିଶ୍ୱର ୨ନଂ ଦଳ ବେଲଜିୟମ ସହ କ୍ୱାର୍ଟର ଫାଇନାଲରେ ଲଢ଼େଇ କରିବ। 

    ୪ ବର୍ଷ ତଳେ ଭାରତ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ନେଦରଲ୍ୟାଣ୍ଡ୍ସ ଠାରୁ ହାରି ବିଦାୟ ନେଇଥିଲେ। ହେଲେ ଏଥର ଦଳ କ୍ରସ ଓଭର ମ୍ୟାଚ୍‌ରୁ ବିଦା ହୋଇଛି। 

    Maximum 500 characters

    ଖେଳ ଖବର View all

    Find Us on Facebook