Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ବକପ: ଆଜି ଖେଳାଯିବ ୨ଟି ମ୍ୟାଚ୍

    Share on :
    ajab-Image
    Date: Jan 17, 2023    Views: 3360

    ଭୁବନେଶ୍ବର : ହକି ବିଶ୍ବକପ  । ଆଜି ଖେଳାଯିବ ୨ଟି ମ୍ୟାଚ୍  । କେବଳ କଳିଙ୍ଗ ଷ୍ଟାଡିୟମରେ ହେବ ମୁକାବିଲା  । ଅପରାହ୍ମ ୫ଟାରେ କୋରିଆ ଓ ଜାପାନ ମଧ୍ୟରେ ହେବ ମୁକାବିଲା  । ସେହିପରି ସନ୍ଧ୍ୟା ୭ଟାରେ ଜର୍ମାନି ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ  । ସେପଟେ ଗତକାଲି ଚତୁର୍ଥ ଦିନରେ ମାଲେସିଆ, ନେଦରଲ୍ୟାଣ୍ଡସ, ଫ୍ରାନ୍ସ ବିଜୟୀ ହୋଇଛନ୍ତି। ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚଟି ଅମିମାଂସିତ ରହିଛି । ଚତୁର୍ଥ ଦିନରେ ୪ଟି ମ୍ୟାଚ ଖେଳାଯାଇଥିଲା । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁଲ-ସିରେ ମାଲେସିଆ-ଚିଲି ଓ ନ୍ୟୁଜିଲାଣ୍ଡ- ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିଲା ମୁକାବିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ହରାଇଥିବାବେଳେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୦-୪ ଗୋଲରେ ହରାଇଥିଲା ୩ ଥରର ବିଶ୍ବ ଚାମ୍ପିଅନ ନେଦରଲ୍ୟାଣ୍ଡସ । ସେହିପରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପୁଲ-ଏ ରେ ମୁହାଁମୁହିଁ ହୋଇଥିଲେ ଫ୍ରାନ୍ସ- ଦକ୍ଷିଣ ଆଫ୍ରିକା ଓ ଆର୍ଜେଣ୍ଟିନା- ଅଷ୍ଟ୍ରେଲିଆ ।

    ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨-୧ ଗୋଲରେ ପରାସ୍ତ କରିଥିଲା ଫ୍ରାନ୍ସ ।  ସଂଧ୍ୟା ୭ଟାରେ  ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ତୃତୀୟ କ୍ବାର୍ଟର ସୁଦ୍ଧା ଆର୍ଜେଣ୍ଟିନା ୩ଟି ଗୋଲ ଦେଇଥିବେବେଳେ ଅଷ୍ଟ୍ରେଲିଆ ୨ଟି ଗୋଲ ଦେଇ ପଛରେ ରହିଥିଲା । ଖେଳ ଆଉ ମାତ୍ର ୬ ମିନିଟ୍ ବାକି ଥିବାବେଳେ ଅଷ୍ଟ୍ରେଲିଆ ଆଉ ଗୋଟିଏ ଗୋଲ ଦେଇ ସ୍ଥିତି ବରାବର କରିଥିଲା । ଶେଷ ସୁଦ୍ଧା ଆଉ ଗୋଲ ହୋଇପାରି ନଥିବାରୁ ମ୍ୟାଚ ଟାଇରେ ରେ ଶେଷ ହୋଇଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook