Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ୱକପ୍‌ , ଆଜି ଖେଳାଯିବ ୪ଟି ମ୍ୟାଚ୍‌

    Share on :
    ajab-Image
    Date: Jan 14, 2023    Views: 3040

    ଭୁବନେଶ୍ୱର  : ହକି ବିଶ୍ୱକପ୍‌ ୨୦୨୩ରେ ଆଜି ଖେଳାଯିବ ୪ଟି ମ୍ୟାଚ୍‌ । ସୁନ୍ଦରଗଡ଼ ବିର୍ସାମୁଣ୍ଡା ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ-ଚିଲି ମଧ୍ୟରେ ଟକ୍କର ହେବାକୁ ଥିବା ବେଳେ ୨ୟ ମ୍ୟାଚ୍‌ ନେଦରଲାଣ୍ଡସ-ମାଲେସିଆ ମଧ୍ୟରେ ରହିଛି । ସେହିପରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ବେଲ୍‌ଜିୟମ ଓ କୋରିଆର ମଧ୍ୟ ଖେଳାଯିବ । ଏହାପରେ ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର ।

    ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୩ରୁ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ୱକପ୍‌ । ଯାହା ଜାନୁଆରୀ ୨୯ ପର୍ୟ୍ୟନ୍ତ ଚାଲିବ ।  ପ୍ରଥମ  ଦିନରେ ୪ଟି ମୁକାବିଲା ହୋଇଥିଲା । ଏଥିରେ ଫ୍ରାନ୍ସ ବିପକ୍ଷରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ତେବେ ବିଶ୍ୱକପ୍‌ରେ ପ୍ରଥମ ପଦାର୍ପଣ ମ୍ୟାଚ ଖେଳୁଥିବା ଓ୍ୱେଲ୍ସ ଟିମ୍‌କୁ ପରାସ୍ତ କରିଥିଲା ଇଂଲଣ୍ଡ । ସେପଟେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ଆର୍ଜେଣ୍ଟିନା । ଆଉ ଦିନର ଶେଷ ମ୍ୟାଚ୍‌ରେ ଫ୍ରାନ୍ସ ହରାଇଥିଲା ଆୟୋଜନ ଭାରତ । ଚମତ୍କାର ଖେଳ ପ୍ରଦର୍ଶନ କରି ଫ୍ରାନ୍ସକୁ ୨-୦ ଗୋଲ୍‌ରେ ହରାଇଥିଲା ଟିମ୍‌ ଇଣ୍ଡିଆ ।

    Maximum 500 characters

    ଖେଳ ଖବର View all

    Find Us on Facebook