Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠୁ ଆରମ୍ଭ ହେବ ହକି ବିଶ୍ୱକପ୍‌ର ଅସଲ ଲଢ଼େଇ

    Share on :
    ajab-Image
    Date: Jan 13, 2023    Views: 3480

    ଭୁବନେଶ୍ୱର:  ପୁରୁଷ ହକି ବିଶ୍ୱକପ୍‌-୨୦୨୩ ପାଇଁ ରାଉରକେଲା ଓ ଭୁବନେଶ୍ୱରରେ କ୍ଷେତ୍ର ପ୍ରସ୍ତୁତ ହୋଇ ରହିଛି । ଅଭ୍ୟାସ ସରିଛି, ରଣନୀତି ବି ପ୍ରସ୍ତୁତ ଖାଲି ସେହି ମୁହୂର୍ତ୍ତକୁ ଅପେକ୍ଷା । କେତେବେଳେ ଗଡ଼ିବ ବଲ୍‌ । ଖେଳାଳି ଉତ୍ସାହିତ, ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଛି । ବିଶ୍ୱର ସର୍ବବୃହତ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଉଦ୍‌ଘାଟନୀ ମୁକାବିଲାକୁ ନେଇ ସମସ୍ତେ ବ୍ୟାକୁଳ । ଘରୋଇ ଭାରତ ଓ ସ୍ପେନ ଏହି ଲଢ଼େଇରେ ହେବେ ଅବତୀର୍ଣ୍ଣ ।
    ଗତ ବୁଧବାର ଦିନ କଟକରେ ଉଦଘାଟନୀ ପର୍ବ ଶେଷ ହୋଇଥିବାରୁ ରାଉରକେଲାରେ ଶୁକ୍ରବାର ସେମିତି ବିଶେଷ ରଙ୍ଗାରଙ୍ଗ ଉତ୍ସବର ଯୋଜନା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ୪ଟା ୪୮ ସୁଦ୍ଧା ବିର୍ସା ମୁଣ୍ଡା ଷ୍ଟାଡିୟମ ହକି ଗ୍ରାମରେ ପହଞ୍ଚିବେ । ଦୁଇ ଘଣ୍ଟା ବିଶ୍ରାମ ପରେ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଯିବେ । ଏହାପରେ ରାତି ସାଢ଼େ ସାତଟା ସୁଦ୍ଧା ହକି ଗ୍ରାମକୁ ଫେରିବେ । ସେଠାରେ ରାତ୍ରି ଯାପନ କରିବା ପରେ ଶନିବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

    ଶୁକ୍ରବାର ପ୍ରଥମ ଦିବସରେ ମୋଟ୍‌ ୪ଟି ମ୍ୟାଚ୍‌ ଖେଳାଯିବ । ପୁଲ୍‌ ଏ’ର ଦୁଇଟି ମ୍ୟାଚ୍‌ ଭୁବନେଶ୍ୱରରେ ରହିଛି । ଅପରାହ୍ଣ ୧ଟାରୁ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ଏବଂ ଅପରାହ୍ଣ ୩ଟାରୁ ଅଷ୍ଟ୍ରେଲିଆ-ଫ୍ରାନ୍ସ ମ୍ୟାଚ୍‌ ଆରମ୍ଭ ହେବ । ସେହିପରି ରାଉରକେଲାରେ ପୁଲ ଡି’ର ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୫ଟାରୁ ଇଂଲଣ୍ଡ-ୱେଲ୍ସ ମଧ୍ୟରେ ଏବଂ ସନ୍ଧ୍ୟା ୭ଟାରୁ ଘରୋଇ ଭାରତ ଓ ସ୍ପେନ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ ।

    ଘରୋଇ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ ଭେଟିବା ପରେ ଆସନ୍ତା ୧୫ ତାରିଖ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ଏବଂ ପୁଲର ଅନ୍ତିମ ମ୍ୟାଚ୍‌ ୱେଲ୍ସ ବିପକ୍ଷରେ ୧୯ ତାରିଖରେ ଖେଳିବ ।

    Maximum 500 characters

    ଖେଳ ଖବର View all

    Find Us on Facebook