Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ୱକପ : ଆଜିଠୁ ମିଳିବ ଅନଲାଇନ୍ ଟିକେଟ୍

    Share on :
    ajab-Image
    Date: Nov 24, 2022    Views: 3977

    ଭୁବନେଶ୍ୱର:  ହକି ବିଶ୍ୱକପ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ମିଳିବ । ଦିନ ଗୋଟାଏ ପରେ ‘ପେଟିଏମ ଇନସାଇଡ’ www.insider.inର ସାଇଟକୁ ଯାଇ ଟିକେଟ୍ ବୁକିଂ କରିପାରିବେ । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ୍ କିଣିପାରିବେ । ୧୦୦ରୁ ୫୦୦ ଟଙ୍କା ପର୍ୟ୍ୟନ୍ତ ରହିଛି ଟିକେଟର ମୂଲ୍ୟ ରହିଛି ।

    ଅନଲାଇନ ଟିକେଟ୍ ବୁକ୍ କରିବା ସମୟରେ ମୋବାଇଲ୍ ନମ୍ବର, ଇମେଲ ଆଇଡି ଓ ଫଟୋ ପରିଚୟ ପତ୍ର ଦେବାକୁ ପଡିବ । ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ ନିକଟରେ ରହିଥିବା ଟୁର୍ଣ୍ଣାମେଣ୍ଟ ବକ୍ସ ଅଫିସରୁ ଦର୍ଶକ ଟିକେଟ ସଂଗ୍ରହ କରିପାରିବେ । ଜଣେ ବ୍ୟକ୍ତି ସର୍ବାଧି ୨ଟି ଟିକେଟ୍ କିଣିପାରିବେ । କିନ୍ତୁ ଟିକେଟ୍ ସଂଗ୍ରହ କରିବା ସମୟରେ ଜଣେ ବ୍ୟକ୍ତି ଚାହିଁଲେ ବନ୍ଧୁ, ପରିଜନ, ସାଥୀଙ୍କ ପାଖରେ ବସିବା ଲାଗି ସିଟ୍ ଆଡଜଷ୍ଟମେଣ୍ଟ ପାଇଁ ଅନୁରୋଧ କରିପାରିବେ ।


    ଜାନୁଆରୀ ୧୩ରୁ ପୁରୁଷ ହକି ବିଶ୍ୱକପର ୧୫ତମ ସଂସ୍କରଣ ଆରମ୍ଭ ହେବ । ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ । ଏଥିରେ ମୋଟ୍ ୫ଟି ମହାଦେଶର ୧୬ ଦେଶ ଟାଇଟଲ ପାଇଁ ଲଢେଇ କରିବେ । ୧୬ଗୋଟି ଦଳକୁ ୪ଟି ପୁଲରେ ବିଭକ୍ତ କରାଯାଇଛି । ଭାରତ ଏହାର ପ୍ରଥମ ମ୍ୟାଚରେ ଜାନୁଆରୀ ୧୩ରେ ସ୍ପନକୁ ଭେଟିବ । ଏହି ମ୍ୟାଚ୍ ରାଉରକେଲାରେ ଖେଳାଯିବ ।

    Maximum 500 characters

    ଖେଳ ଖବର View all

    Find Us on Facebook