Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠାରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ପ୍ରୋ-ଲିଗ୍‌

    Share on :
    ajab-Image
    Date: Mar 10, 2023    Views: 3526

    ରାଉରକେଲା : ଆଜିଠାରୁ ରାଉରକେଲାସ୍ଥ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମରେ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌। ଭାରତ ସମେତ ବିଶ୍ବ ଚାମ୍ପିଅନ ଜର୍ମାନୀ ଓ ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ବିରୋଧରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳିବେ। ପ୍ରଥମ ମ୍ୟାଚ୍‌ ଶୁକ୍ରବାର ସନ୍ଧ୍ୟା ୭ଟାରେ ଭାରତ-ଜର୍ମାନି ମଧ୍ୟରେ ଖେଳାଯିବ। ପ୍ରୋ-ଲିଗ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ପୁରୁଷ ବିଶ୍ବକପ୍‌ର ମଜା ଉଠାଇବା ପରେ ଏହି ବିଶ୍ବସ୍ତରୀୟ ମୁକାବିଲା ଦେଖିବାକୁ ହକିପ୍ରେମୀ ଚାତକ ପରି ଚାହିଁ ବସିଛନ୍ତି। ଏବେ ବି ଟିକେଟ୍‌ କିଣିବା ପାଇଁ ହକିପ୍ରେମୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଟାଣ ଖରାକୁ ଖାତିରନକରି ଟିକେଟ୍‌ ପାଇଁ ଦୂରଦୁରାନ୍ତରୁ ଧାଇଁ ଆସୁଛନ୍ତି ହକିପ୍ରେମୀ।

    ପ୍ରୋ-ଲିଗ୍‌ ପାଇଁ ତିନି ଦଳର ‌ଖେଳାଳିମାନେ ବିର୍ସା ମୁଣ୍ଡା ଷ୍ଟାଡିୟମର ମୁଖ୍ୟ ପିଚ୍‌ ଓ ପ୍ରାକ୍ଟିସ୍‌ ପିଚ୍‌ରେ ଝାଳବୁହା ଅଭ୍ୟାସ କରିଛନ୍ତି। ଜର୍ମାନୀ ଦଳ ୭ ତାରିଖରୁ ଏବଂ ଅଷ୍ଟ୍ରେଲିଆ ଓ ଭାରତ ୮ ତାରିଖରୁ ଅଭ୍ୟାସ ଆରମ୍ଭ କରିଥିଲେ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଶୁକ୍ରବାର ଜର୍ମାନିକୁ ଭେଟିବ। ମାର୍ଚ୍ଚ ୧୧ରେ ଜର୍ମାନୀ-ଅଷ୍ଟ୍ରେଲିଆ, ୧୨ରେ ଭାରତ-ଅଷ୍ଟ୍ରେଲିଆ, ୧୩ରେ ଭାରତ-ଜର୍ମାନୀ, ୧୪ରେ ଜର୍ମାନୀ-ଅଷ୍ଟ୍ରେଲିଆ ଏବଂ ଲିଗ୍‌ର ଅନ୍ତିମ ମ୍ୟାଚ୍‌ ମାର୍ଚ୍ଚ ୧୫ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ।

    ପ୍ରୋ-ଲିଗ୍‌ ପାଇଁ  ଫେବ୍ରୁଆରି ୨୭ ତାରିଖରେ ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ମାତ୍ର କେଇ ସେକେଣ୍ଡ୍‌ ପରେ ଯାନ୍ତ୍ରିତ ତ୍ରୁଟି ଯୋଗୁଁ ବହୁ ହକିପ୍ରେମୀ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିଲେ। ତେବେ ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିବା ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ବେଳେ ସେମାନଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଯାଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook