ମୁଖ୍ୟ ଖବର
ନୂଆଦିଲ୍ଲୀ: ହକି ଇଣ୍ଡିଆ ୩୨ ଜଣ ବରିଷ୍ଠ ପୁରୁଷ ଓ ୨୩ ଜଣ ମହିଳା କୋର ପ ରୋବାବଲ୍ସ ବା ସମ୍ଭାବ୍ୟ ଭାରତୀୟ ଦଳର ଖେଳାଳୀମାନଙ୍କ ପାଇଁ ଅନଲାଇନରେ ଲେବୁଲ-୧ ପ୍ରଶିକ୍ଷକ ପାଠ୍ୟକ୍ରମ ଆରମ୍ଭ କରିଛି । କରୋନା ଲକଡାଉନ ପାଇଁ ଏହି ଖେଳାଳିମାନେ ସମ୍ପ୍ରତି ବେଙ୍ଗାଲୁରୁ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କେନ୍ଦ୍ର ଠାରେ ଅଟକି ରହିଛନ୍ତି । ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ପୂର୍ବରୁ ଏଭଳି ପାଠ୍ୟକ୍ରମରେ ଯୋଗ ଦେଇ ସାରିଥିଲା ବେଳେ ଲେବୁଲ-୧ ପ୍ରଶିକ୍ଷକ ପ୍ରମାଣ ପତ୍ର ହାସଲ କରିସାରିଛନ୍ତି । ଏବେ ଅନ୍ୟ ଖେଳାଳିମାନେ ତାଙ୍କ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି । ଏହି ପାଠ୍ୟକ୍ରମ ପରେ ଖେଳାଳିମାନଙ୍କୁ ନିଜ ନିଜର ଅନଲାଇନ ଅଧିବେଶନର ସମୀକ୍ଷା ପାଇଁ ୩୬ ଘଣ୍ଟା ମିଳିବ । ତା ପରେ ସେମାନେ ଅନ୍ତର୍ଜାତୀୟ ହକି ମହାସଂଘର ନିୟମ ମୁତାବକ ପରୀକ୍ଷାରେ ଅବତୀର୍ଣ୍ଣ ହେବେ । ପୁରୁଷଙ୍କ ପରୀକ୍ଷା ଚଳିତ ମାସ ୧୧ ତାରିଖରେ ଓ ମହିଳାଙ୍କର ୧୬ ତାରିଖରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ଖେଳାଳିମାନେ ସେମାନଙ୍କ ଖାଲି ସମୟକୁ ସଠିକ ଭାବେ ଉପଯୋଗ କରିପାରିବେ । ତା ସହ ଭାରତରୁ ଅଧିକରୁ ଅଧିକ ହକି ପ୍ରଶିକ୍ଷକ ସୃଷ୍ଟି ପାଇଁ ମୁଳଦୂଆ ପଡ଼ିପାରିବ । ଖେଳାଳିମାନେ ଅବସର ନେବା ପରେ ମଧ୍ୟ ପ୍ରଶିକ୍ଷଣକୁ ବିକଳ୍ପ ପେସା ଭାବେ ଗ୍ରହଣ କରିପାରିବେ ।
Comments ସମସ୍ତ ମତାମତ