ମୁଖ୍ୟ ଖବର
ରାଞ୍ଚି : ହକି ଇଣ୍ଡିଆ ଆନୁକୂଲ୍ୟରେ ହକି ଇଣ୍ଡିଆ ଲିଗ୍ (ପୁରୁଷ) ବର୍ଗ ସପ୍ତମ ସଂସ୍କରଣ-୨୦୨୬ ଚଳିତ ଜାନୁଆରୀ ୩ରୁ ୨୬ ପର୍ୟ୍ୟନ୍ତ ଖେଳାଯିବ। ପ୍ରତିଯୋଗିତା ଚେନ୍ନଇ, ରାଞ୍ଚି ଓ ଭୁବନେଶ୍ବରରେ ଖେଳାଯିବ। ପ୍ରଥମ ପର୍ୟ୍ୟାୟ ଜାନୁଆରୀ ୩ରୁ ୯ ପର୍ୟ୍ୟନ୍ତ ଚେନ୍ନଇର ମେୟର ରାଧାକ୍ରିଷ୍ଣ ଷ୍ଟାଡ଼ିୟମରେ, ଦ୍ବିତୀୟ ପର୍ୟ୍ୟାୟ ଜାନୁଆରୀ ୧୧ରୁ ରାଞ୍ଚିର ଜୟପାଲ ସିଂହ ଷ୍ଟାଡ଼ିୟମରେ ଖେଳାଯିବ। ତୃତୀୟ ତଥା ଅନ୍ତିମ ପର୍ୟ୍ୟାୟ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଜାନୁଆରୀ ୧୭ରୁ ୨୬ପର୍ୟ୍ୟନ୍ତ ଖେଳାଯିବ। ଏଥିରେ ୮ଟି ଦଳ ଦିଲ୍ଲୀ ଏସ୍ଜି ପାଇପର୍ସ, ହିଲ୍ ଗଭର୍ଣ୍ଣି କାଉନସିଲ, ହାଇଦରାବାଦ୍ ତୁଫାନ୍ସ, କଳିଙ୍ଗ ଲାନ୍ସର୍ସ, ରାଞ୍ଚି ରୟାଲ୍ସ, ରାହ ବେଙ୍ଗଲ ଟାଇଗର୍ସ, ସୁରମା ହକି କ୍ଲବ ଏବଂ ତାମିଲନାଡୁ ଡ୍ରାଗନ୍ସ ଅଂଶଗ୍ରହଣ କରିଛନ୍ତି। ଶୁକ୍ରବାର ଚେନ୍ନଇେର ଉଦ୍ଘାଟନୀ ମ୍ୟାଚରେ ତାମିଲନାଡୁ ଡ୍ରାଗନ୍ସ-ହାଇଦରାବାଦ୍ ତୁଫାନ୍ସକୁ ଭେଟିବ। ଓଡ଼ିଶା ଭିର୍ତ୍ତିକ ଦଳ କଳିଙ୍ଗ ଲାନ୍ସର୍ସ ୪ରେ ରାଞ୍ଚି ରୟାଲ୍ସ ସହ ଖେଳି ଅଭିଯାନ ଆରମ୍ଭ କରିବ।
Comments ସମସ୍ତ ମତାମତ