Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ଇଣ୍ଡିଆ ଲିଗ୍‌, ଜାନୁଆରୀ ୩ରୁ ଆରମ୍ଭ

    Share on :
    ajab-Image
    Date: Oct 28, 2025    Views: 2662

    ଭୁବନେଶ୍ୱର:  ଆସନ୍ତା ଜାନୁଆରୀ ମାସରେ କଳିଙ୍ଗ  ଷ୍ଟାଡିୟମକୁ ଫେରିବ ପୁରୁଷ ହକି ଇଣ୍ଡିଆ  ଲିଗ୍‌ (ଏଚଆଇଏଲ) । ୨୦୨୬ ସଂସ୍କରଣ  ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ।  ଏହା ୩ଟି ଭେନ୍ୟୁରେ ଖେଳାଯିବ । ଚେନ୍ନାଇରେ ଜାନୁଆରୀ ୩ରୁ ୯ ତାରିଖ,  ରାଞ୍ଚିରେ ଜାନୁଆରୀ ୧୧ରୁ ୧୬ ତାରିଖ  ଏବଂ ଭୁବନେଶ୍ୱରରେ ଜାନୁଆରୀ ୧୭ରୁ  ୨୬ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହେବ । 

    ପୁରୁଷ ଲିଗରେ ମୋଟ୍‌ ଫାଇନାଲ  ପର୍ୟ୍ୟନ୍ତ ୩୩ଟି ମ୍ୟାଚ୍‌ ରହିଛି । ଲିଗ,  କ୍ୱାଲିଫାୟର ୧, ଏଲିମିନେଟର,  କ୍ୱାଲିଫାୟର-୨, ପୋଜିସନ ମ୍ୟାଚ୍‌ ଏବଂ  ଫାଇନାଲ ମ୍ୟାଚ ଭୁବନେଶ୍ୱରରେ (ମୋଟ୍‌  ୧୩ଟି ମ୍ୟାଚ୍‌) ରହିଛି । ଏଥର କୌଣସି  ମ୍ୟାଚ ରାଉରକେଲାରେ ଖେଳାଯିବାର  ସୂଚୀ ନାହିଁ ।

    ମହିଳା ଲିଗର ମ୍ୟାଚ ଗୁଡ଼ିକ କେବଳ  ରାଞ୍ଚିରେ ଖେଳାଯିବ । ଡିସେମ୍ବର ୨୮ରୁ  ଆରମ୍ଭ ହୋଇ ଜାନୁଆରୀ ୧୦ ତାରିଖରେ  ଉଦ୍‌ଯାପିତ ହେବ । ମହିଳାରେ ମୋଟ୍‌  ୧୩ଟି ମ୍ୟାଚ୍‌ ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook