Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଉଦଘାଟନୀ ମ୍ୟାଚରେ ବେଲିଜିୟମ ବିଜୟ

    Share on :
    ajab-Image
    Date: Nov 24, 2021    Views: 3678

    ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ହକି ମହାକୁମ୍ଭ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି । ପ୍ରଥମ ଦିନରେ ମୁହାଁମୁହିଁ ହେବେ ୫ ଦଳ । ଆଜିର କନିଷ୍ଠ ପୁରୁଷ ହକି ବିଶ୍ବକପର ଉଦଘାଟନୀ ମ୍ୟାଚ ବେଲିଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଛି ।

    ପ୍ରଥମ ଉଦଘାଟନୀ ମ୍ୟାଚରେ ବେଲଜିୟମ ପ୍ରଥମ ଗୋଲ ସ୍କୋର ଦେଇଛି । ପ୍ରଥମ କ୍ବାଟରର ଶେଷ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଟିଏ ଗୋଲ୍ ଦେଇ ସିରିଜକୁ ୧-୧ ରେ ବରାବର ରଖିଥିଲା । ଏହାର କିଛି ସମୟ ପରେ ଦ୍ବିତୀୟ ରାଉଣ୍ଡ ଖେଳାଯାଇଥିଲା । ଦ୍ବିତୀୟ ରାଉଣ୍ଡରେ ବେଲଜିୟମ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଗୋଲ ଦେଇ ୨-୧ ରେ ଆଗୁଆ ରହିଥିଲା । ଶେଷ ରାଉଣ୍ଡ ସୁଦ୍ଧା ବେଲିଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।ଆଜି ମଧ୍ୟ ଅନ୍ୟ ୪ଟି ଦଳ ଭେଟାଭେଟି ହେବେ । ଗ୍ରୁପ-ବି ସନ୍ଧ୍ୟା ୭.୩୦ରେ ଡିଫେଣ୍ଡିଂ ଚମ୍ପିଆନ ଭାରତ, ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ।ସେହିପରି କାନାଡା ପୋଲାଣ୍ଡକୁ, ମାଲେସିଆ-ଚାଇନାକୁ ଭେଟିବ । କୋରୋନା କଟକଣା ମଧ୍ୟରେ ଖେଳ ଆୟୋଜନ ହେଉଥିବାରୁ ଷ୍ଟାଡିୟମକୁ ଦର୍ଶକଙ୍କ ଅନୁମତି ଉପରେ ରୋକ ଲଗାଯାଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook