Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ମହାକୁମ୍ଭ: ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍

    Share on :
    ajab-Image
    Date: Nov 11, 2021    Views: 3620

    ଭୁବନେଶ୍ୱର: ପୁଣି ହକି ହବ୍ ଓଡ଼ିଶାରେ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ।  କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ। ଏଥିପାଇଁ ଭାରତୀୟ ହକି ଟିମ୍ ଭୁବନେଶ୍ୱରରେ ପହଞ୍ଚିସାରିଛି ଓ ନିଜର ପ୍ରାକ୍ଟିସ ମଧ୍ୟ ଆରମ୍ଭ କରିସାରିଛି  ତେବେ ଆସନ୍ତା ୧୫ ତାରିଖରେ ଅନ୍ୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିହାର କାର୍ୟ୍ୟକ୍ରମ ରହିଛି ।
    ସୂଚନାଯୋଗ୍ୟ,  ଏହି ଜୁନିଅର ହକି ବିଶ୍ୱକପ ମହାକୁମ୍ଭରେ ସମୁଦାୟ ୧୬ଟି  ଟିମ ବିଶ୍ୱକପରେ ଅଂଶଗ୍ରହଣ କରିବେ। ସମ୍ପୂର୍ଣ୍ଣ କୋଭିଡ କଟକଣାରେ  ଏହି ଟୁର୍ଣ୍ଣାମେଣ୍ଟ ହେବ। ଦର୍ଶକ ମାନଙ୍କୁ ଷ୍ଟାଡିୟମ ପ୍ରବେଶ ମନା ହୋଇଥିବା ବେଳେ ଖେଳାଳୀ ଓ ଷ୍ଟାଫଙ୍କ ପ୍ରତିଦିନ ହେବ RTPCR ଟେଷ୍ଟ । ଖେଳାଳୀ ଓ ଟିମ୍‌ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ମଧ୍ୟ ସଂରକ୍ଷିଣ ରଖାଯାଇଛି। ଏହାବାଦ ଖେଳାଳାମାନଙ୍କ ପାଇଁ  ୨ଟି ହୋଟେଲରେ ରହିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।
    ଚଳିତ ବର୍ଷ କୋଭିଡ ମାମାରୀ ଯୋଗୁ ସମ୍ପୂର୍ଣ୍ଣ ନିରାଡ଼ମ୍ବରରେ ଉଦ୍‌ଘାଟନୀ ଉତ୍ସବ ପାଳନ ହେବ। ଏନେଇ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook