Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସନ୍ଧ୍ୟା ସୁଦ୍ଧା ହୀରାକୁଦରେ ଖୋଲିବ ୨୨ ଗେଟ୍

    Share on :
    ajab-Image
    Date: Jul 31, 2026    Views: 3217

    ଭୁବନେଶ୍ଵର : ବଢୁଛି ମହାନଦୀର ଜଳସ୍ତର। ସନ୍ଧ୍ୟା ସୁଦ୍ଧା ହୀରାକୁଦରେ ଖୋଲିବ ୨୨ ଗେଟ୍ । ଏବେ ୧୪ଟି ଗେଟ୍ ଖୋଲାଯାଇଛି। ୧୪ଟି ଗେଟ୍ ଦେଇ ୨ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି। ଅପରାହ୍ନରେ ଆଉ ୮ ଟି ଗେଟ୍ ଖୋଲାଯିବ। ଏନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। 
    ସୂଚନାନୁଯାୟୀ, ହୀରାକୁଦରେ ୨୨ ଟି ଗେଟ୍ ରେ ମୋଟ ୩ ଲକ୍ଷ ୩୦ହଜାର କ୍ୟୁସେକ ପାଣି ନିଷ୍କାସିତ ହେବ। ଖଇରମାଳରେ ଏବେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ହୀରାକୁଦ ପାଣି ଆସିଲେ ପ୍ରାୟ ସାଢେ ୭ ଲକ୍ଷ ପାଣି ପ୍ରବାହିତ ହେବ। ମୁଣ୍ଡଳୀରେ ଗତକାଲି ପିକ୍ ପାଣି ଥିଲା । କାଲି ସନ୍ଧ୍ୟାରେ ୮ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। ଦୟା ନଦୀ ଓ କୁଶଭଦ୍ରାରେ ବନ୍ୟା ପାଣି ଆସିଛି। କାଲି ସକାଳେ ମୁଣ୍ଡଳୀରେ ଜଳସ୍ତର ସାଢେ ୭ ଲକ୍ଷ କ୍ୟୁସେକରୁ ତଳକୁ ଖସିବ। 

    ମହାନଦୀ ବେସିନରେ କୌଣସି ଘାଇ ହୋଇନାହିଁ। ଏବେ ବ୍ରାହ୍ମଣୀ, ଜଳକା ଏବଂ ସୁବର୍ଣ୍ଣରେଖାରେ ଜଲସ୍ତର କମୁଛି। ଏହି ସବୁ ନଦୀରେ ମୋଟ ୭ ଟି ଘାଇ ହୋଇଛି। ଚିଫ ଇଞ୍ଜିନିୟରଙ୍କୁ ତଥ୍ୟ ମଗା ଯାଇଛି । ପାଣି କମିଲେ ଏହାର ମରାମତି କରାଯିବ ।. 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook