Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହୀରାକୁଦର ୧୬ ଫାଟକ ଦେଇ ଜଳ ନିଷ୍କାସନ

    Share on :
    ajab-Image
    Date: Jul 23, 2026    Views: 2887

    ହୀରାକୁଦ: ପ୍ରବଳ ବର୍ଷା ହେତୁ ହୀରାକୁଦ ନଦୀବନ୍ଧକୁ ଜଳପ୍ରବେଶ ଆଶାତୀତ ଭାବେ ବୃଦ୍ଧି ପାଇଛି। ଦିନକରେ ପ୍ରାୟ ସେକେଣ୍ଡ ପ୍ରତି ୧ଲକ୍ଷ ଘନଫୁଟରୁ ଅଧିକ ଜଳ ନଦୀବନ୍ଧକୁ ପ୍ରବେଶ କରୁଥିବା ହେତୁ ଜଳସ୍ତର ସ୍ଥିର ରଖିବା ପାଇଁ ବର୍ତ୍ତମାନ ୧୬ଟି ଫାଟକ ଦେଇ ଜଳ ନିଷ୍କାସନ କରାଯାଉଛି।
    ନଦୀବନ୍ଧକୁ ବୁଧବାର ସନ୍ଧ୍ୟା ୬ଟାରେ ୨ଲକ୍ଷ ୨୬ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ଏହି ସମୟରେ ୧୬ଟି ଫାଟକ ସହିତ କେନାଲ ଓ ପାୱାରକେନାଲ ଆଦି ଜରିଆରେ ଜଳ ନିଷ୍କାସନ କରାଯାଉଛି। ନଦୀବନ୍ଧର ଜଳସ୍ତର ୬୧୪.୨୩ ଫୁଟ ରହିଛି, ଯାହାକି କ୍ରମାନ୍ବୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଭଳି ଜଳପ୍ରବେଶ ଜାରି ରହିଲେ ଅଧିକ ଫାଟକ ଖୋଲାଯିବା ଆଶା କରାଯାଉଛି। ଏବେ ମହାନଦୀ ତଳମୁଣ୍ଡ ମୁଣ୍ଡଳୀରେ ୧ଲକ୍ଷ ୯୬ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ହୀରାକୁଦର ନିଷ୍କାସିତ ଜଳ ଶୁକ୍ରବାର ସୁଦ୍ଧା ପହଞ୍ଚିବ ବୋଲି ଆଶା କରାଯାଉଛି। ତେବେ ଉପରମୁଣ୍ଡରେ ବର୍ଷା ହେଉଥିଲେ ହେଁ ମାତ୍ରାଧିକ ବର୍ଷା ହେଉ ନ ଥିବା ହେତୁ ତଳମୁଣ୍ଡରେ କ୍ଷୟକ୍ଷତିର ଆଶଙ୍କା ନାହିଁ ବୋଲି କୁହାଯାଉଛି।

     

    Maximum 500 characters

    ତାଜା ଖବର View all

    Find Us on Facebook