Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ

    Share on :
    ajab-Image
    Date: Jul 6, 2025    Views: 3278

    ସମ୍ବଲପୁର: ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ। ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା।  ପର୍ୟ୍ୟାୟକ୍ରମେ ୧୨ଟି ଫାଟକ ଦେଇ ବନ୍ୟାଜଳ ଛଡ଼ାଯିବ। ବାମପଟର ୮ ଏବଂ ଦକ୍ଷିଣପାର୍ଶ୍ବରେ ୪ଟି ଗେଟ୍‌ ଖୋଲାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଜଳଭଣ୍ଡାରରେ ୬୦୯.୦୬ ଫୁଟ ଉଚ୍ଚତାର ଜଳ ରହିଛି।
    ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଥିଲା। ବନ୍ୟାଜଳ ନିୟନ୍ତ୍ରଣ ଲାଗି ବନ୍ଧ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼ରେ କ୍ରମାଗତ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଉପରେ ଥିବା କଲ୍‌ମା ଆନିକଟର ସମସ୍ତ ଫାଟକ ଖୋଲି ଦିଆଯାଇଥିଲା। ଯାହାଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିଲା।ଅପରପକ୍ଷେ ନଦୀବନ୍ଧରୁ ଫାଟକ ଖୋଲାଯିବାକୁ ନେଇ ତଳମୁଣ୍ଡରେ ଥିବା ୧୩ଟି ଜିଲାର ଜିଲାପାଳଙ୍କୁ ବାର୍ତ୍ତା ପଠାଯାଇଛି। ଅନୁରୂପ ଭାବେ ସମ୍ବଲପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଳଭଣ୍ଡାରର ଫାଟକ ଖୋଲିବା ନେଇ ପ୍ରଚାର ଓ ଜନସଚେତନତା କରାଯାଉଛି। ରବିବାର ସକାଳୁ କେହି ମଧ୍ୟ ନଦୀଗର୍ଭକୁ ନ ଯିବା ପାଇଁ ଲୋକଙ୍କୁ ସତର୍କ କରାଯାଇଥିଲା।

    Maximum 500 characters

    ତାଜା ଖବର View all

    Find Us on Facebook