ମୁଖ୍ୟ ଖବର
ସମ୍ବଲପୁର : ଚଳିତ ବର୍ଷ ଅଣମୌସୁମି ବର୍ଷା ଅଭାବର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିଛି। ନଭେମ୍ବର ବା’ ତା ପରବର୍ତ୍ତୀ ସମୟରେ ସ୍ବଳ୍ପ ବର୍ଷା କାରଣରୁ ଗତବର୍ଷ ତୁଳନାରେ ଏଥର ହୀରାକୁଦ ଜଳଭଣ୍ଡାର ଶୀଘ୍ର ଖାଲି ହେବାରେ ଲାଗିଛି। ୨୦୨୨ ଆଜିର ତାରିଖରେ ଅର୍ଥାତ୍ ମାର୍ଚ୍ଚ ୧୭ରେ ହୀରାକୁଦର ଜଳସ୍ତର ୬୨୧.୮୧ ଫୁଟ୍ ଥିଲାବେଳେ ଚଳିତବର୍ଷ ସେହିଦିନ ୬୧୭.୫୮ ଫୁଟ୍ ରହିଛି। ଆଜିର ଦିନରେ ଗତବର୍ଷ ତୁଳନାରେ ଜଳସ୍ତର ୪ ଫୁଟ୍ରୁ ଅଧିକ ତଳେ ରହିଛି। ହେଲେ ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟଠାରୁ ଜଳସ୍ତର ୨ ଫୁଟ୍ ଉପରେ ଥିବା ବନ୍ଧ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।
ଜଳଭଣ୍ଡାରର ସ୍ତର ୫୯୦ ଫୁଟ୍ ହେବା ପର୍ଯ୍ୟନ୍ତ ଜଳସେଚନ ସମ୍ଭବ ହୋଇଥାଏ। ହେଲେ, କେନାଲ୍ରେ ଜଳର ଚାପ ବଜାୟ ରଖିବା ପାଇଁ ବନ୍ଧ କର୍ତ୍ତୃପକ୍ଷ ଜୁନ୍ ଶେଷ ସୁଦ୍ଧା ଜଳସ୍ତର ୬୦୦ ତଳକୁ ନ ଖସାଇବା ପାଇଁ ପ୍ରୟାସ କରନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଳସ୍ତର ୪ ଫୁଟ୍ ତଳେ ଥିଲେ ବି ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ହୀରାକୁଦ ବନ୍ଧର ଜଣେ ଅଧିକାରୀ କହିଛନ୍ତି।
Comments ସମସ୍ତ ମତାମତ