Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ହିନ୍ଦୋଳ ଏନଏସି ନିର୍ବାଚନ: ପ୍ରମୁଖ ତିନି ଦଳ ଭରିଲେ ନାମଙ୍କନ

    Share on :
    ajab-Image
    Date: Mar 15, 2023    Views: 3015

    ଢେଙ୍କାନାଳ: ଆସନ୍ତା ଏପ୍ରିଲ ୩ରେ ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନ ହେବାକୁ ଯାଉଛି।  ୧୫ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ। ଫଳରେ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ନିର୍ବାଚନୀ ସରଗରମ ଦେଖିବାକୁ ମିଳିଛି। ସେପଟେ  ତିିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଓ ସମସ୍ତ ୧୬ଟି ୱାର୍ଡ କାଉନସିଲର ପଦବୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

    ପ୍ରମୁଖ ଦଳ କଂଗ୍ରେସ, ବିଜେପି, ବିଜେଡି ପକ୍ଷରୁ କର୍ମୀ ଓ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ହନ୍ଦୋଳ ଉପଜିଲ୍ଳାପାଳଙ୍କ କାର୍ୟ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରଥମେ ବିଜେପି ଏକ ଶୋଭାଯାତ୍ରାରେ ୧୬ଟି ୱାର୍ଡ଼ ପାଇଁ ପ୍ରାର୍ଥୀମାନେ ଓ ଚେୟାରମ୍ୟାନ ପଦବୀ ପାଇଁ ଶୋଭାଗିନୀ ପ୍ରଧାନ ପ୍ରାର୍ଥୀଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରରେ ରାଜ୍ୟ ବିଜେପି ମହିଳା ସଭାପତି ଭାରତୀ ପରିଡ଼ା, ଜିଲ୍ଲା ସଭାପତି ଓ ବିଜେପି ବରିଷ୍ଠ କର୍ମକର୍ତ୍ତା ସାମିଲ ଥିଲେ।

    ପରେ ବିଜେଡି ଏକ ବିଶାଳ ଶୋଭାଯାତ୍ରାରେ ଆସି ୧୬ଟି ୱ।ର୍ଡ ପାଇଁ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ କେଶବ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରରେ ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଢେଙ୍କାନାଲ ସଦର, ତାଳଚେର ଓ ଆଠମଲ୍ଲିକ, ଭୁବନେଶ୍ୱର ଉତ୍ତର ଆଦି ବିଧାୟକ ଓ ବରିଷ୍ଠ ନେତାମାନେ ସାମିଲ ଥିଲେ।

    ସେହିପରି କଂଗ୍ରେସ ପକ୍ଷରୁ ଶୋଭାଯାତ୍ରାରେ ଆସି ୧୬ ନମ୍ୱର ୱ।ର୍ଡ଼ ପାଇଁ ପ୍ରାର୍ଥୀ ଓ ଚେୟାରମ୍ୟାନ ପଦବୀ ପାଇଁ ରିତା ପଲେଇ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଓ ଜିଲ୍ଲା ସଭାପତି ପ୍ରମୁଖ ସାମିଲ ଥିଲେ। ବିଜେଡି ଓ କଂଗ୍ରେସ ପକ୍ଷରୁ ହିନ୍ଦୋଳରେ ଦଳୀୟ ପ୍ରାର୍ଥୀମାନେ ବାଜିମାତ ମାରିବେ ବୋଲି ଆଶା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନା ହିନ୍ଦୋଳରେ ଚଳିତ ନିର୍ବଚନାରେ ବିଜେଡି ଅଧ୍ୟକ୍ଷ ପଦ ସହ ସମସ୍ତ ୧୬ ୱାର୍ଡ ଦାଖଲ କରିବ ବୋଲି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଦୃଢ଼ତାର ସହି କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook