Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟି: ୩ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

    Share on :
    ajab-Image
    Date: Jul 29, 2026    Views: 3050

    କଟକ: ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟି ମାମଲାରେ ଆଗୁଆ ଜାମିନ ଆବେଦନ କରିଥିବା ୬ ଜଣଙ୍କ ମଧ୍ୟରୁ ହାଇକୋର୍ଟ ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଅନ୍ତରୀଣ ସୁରକ୍ଷା ପାଇଥିବା ଆବେଦନକାରୀମାନେ ହେଲେ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏସ୍‌ସିଇଆର୍‌ଟି) ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ୩ଜଣ ବରିଷ୍ଠ ଅଧିକାରୀ ଦିଲୀପ କୁମାର ସାହୁ, ପ୍ରଲ୍ଲିପ୍ତା ମିଶ୍ର, ଭାରତୀ ଟୁଡୁ। ହାଇକୋର୍ଟ ବିଚାରପତି ଭି. ନରସିଂହ ମାମଲାଗୁଡ଼ିକର ଏକତ୍ର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ନିମନ୍ତେ ଅଗଷ୍ଟ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଆଉ ଜଣେ ବରିଷ୍ଠ ଅଧିକାରୀ କିଶୋର କର ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସେହିପରି ମୁଦ୍ରଣ କାର୍ଯ୍ୟ କରିଥିବା ସମ୍ପୃକ୍ତ ବେସରକାରୀ ପ୍ରିଣ୍ଟିଂ ସଂସ୍ଥାର ୨ ମାଲିକ ଅସିମ ଘୋଷ ଏବଂ ଅନୁପମ ଘୋଷ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ସମ୍ଭାବ୍ୟ କ୍ରାଇମବ୍ରାଞ୍ଚ ଗିରଫଦାରିରୁ ବର୍ତ୍ତିବା ପାଇଁ ପ୍ରତ୍ୟେକ ପୃଥକ୍‌ ଭାବେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମୁଦ୍ରିତ ନୂତନ ପାଠ୍ୟପୁସ୍ତକରେ ତ୍ରୁଟି ଧରାପଡ଼ିବା ପରେ ବିଭିନ୍ନ ମହଲରେ ସମାଲୋଚନା ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ରାଜ୍ୟ ଅପରାଧ ଶାଖା (କ୍ରାଇମବ୍ରାଞ୍ଚ) ଏସ୍‌ସିଇଆର୍‌ଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook