Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପଞ୍ଜୀକୃତ ଦଲିଲ୍‌ ରଦ୍ଦ କରିପାରିବେନି ସବ୍‌-ରେଜିଷ୍ଟ୍ରାର୍‌

    Share on :
    ajab-Image
    Date: Apr 25, 2026    Views: 2582

    କଟକ: ଥରେ ଜମି କିଣାବିକା ଦଲିଲ ହୋଇଯିବା ପରେ ଉକ୍ତ ପଞ୍ଜୀକୃତ ଦଲିଲ୍‌କୁ ସବ୍-ରେଜିଷ୍ଟ୍ରାର ବା କେହି ରେଜିଷ୍ଟ୍ରେସନ୍ ଅଧିକାରୀ ରଦ୍ଦ କରିପାରିବେ ନାହିଁ ବୋଲି ଦଲିଲ୍ ରଦ୍ଦ ବା କ୍ୟାନ୍ସଲେସନ ଡିଡ୍ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ରଶ୍ମିତା ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ଏହି ରାୟ ଦେଇଛନ୍ତି ।
    ଆବେଦନକାରିଣୀ ରଶ୍ମିତା ସାହୁଙ୍କ ସପକ୍ଷରେ ୨୦୦୮ ଏପ୍ରିଲ ୨୮ରେ ଏକ ବିକ୍ରୟ ଦଲିଲ ସମ୍ପାଦିତ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୧ ସେପ୍ଟେମ୍ବର ୨୬ରେ ବିକ୍ରେତା ଜଣକ ଏକପାଖିଆ ଭାବେ ଉକ୍ତ ବିକ୍ରୟ ଦଲିଲକୁ ରଦ୍ଦ କରିବା ପାଇଁ ଏକ "କ୍ୟାନ୍ସଲେସନ ଡିଡ୍' ଆବେଦନ କରିଥିଲେ । ଏହି ଆବେଦନକୁ ଗ୍ରହଣ କରି କର୍ତ୍ତୃପକ୍ଷ ପୂର୍ବ ପଞ୍ଜୀକରଣକୁ ରଦ୍ଦ କରିଦେଇଥିଲେ । ଆବେଦନକାରିଣୀ ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଏହି ଦଲିଲ ରଦ୍ଦ ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା । ସେ ସ୍ୱତ୍ତ୍ୱାଧିକାରୀ ସାର୍ଟିଫିକେଟ୍ ପାଇବା ପରେ ହିଁ ଏହି ବିଷୟରେ ଜାଣିବାକୁ ପାଇଥିଲେ ।

    ଅଦାଲତ କହିଛନ୍ତି ଯେ "ରେଜିଷ୍ଟ୍ରେସନ ଆକ୍ଟ-୧୯୦୮' ଅନୁଯାୟୀ ଥରେ ଏକ ଦଲିଲ ପଞ୍ଜୀକୃତ ହୋଇଯିବା ପରେ ଏହାକୁ ରଦ୍ଦ କରିବା ପାଇଁ ସବ୍-ରେଜିଷ୍ଟ୍ରାର କିମ୍ବା ଇନ୍ସପେକ୍ଟର ଜେନେରାଲଙ୍କ କୌଣସି ସ୍ପଷ୍ଟ କ୍ଷମତା ନାହିଁ । ରେଜିଷ୍ଟ୍ରିଂ ଅଫିସରଙ୍କ କାର୍ଯ୍ୟ କେବଳ ପ୍ରଶାସନିକ ଏବଂ ସେ ଦଲିଲ୍ ସମ୍ପାଦନ କରୁଥିବା ବ୍ୟକ୍ତିଙ୍କ ମାଲିକାନା ସ୍ୱତ୍ତ୍ୱ ବା "ଟାଇଟଲ' ଉପରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook