Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ କର

    Share on :
    ajab-Image
    Date: Jan 22, 2026    Views: 3082

    କଟକ: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କୁ ଗର୍ଭପାତ ଏବଂ ଭ୍ରୂଣର ଡିଏନଏ (DNA) ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
    ପୀଡ଼ିତା ଜଣକ 2026 ଜାନୁଆରୀ 12ରେ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କର ଏହି ଗର୍ଭଧାରଣ ଅନିଚ୍ଛାକୃତ ଏବଂ ଏହା ଏକ ଦୁଷ୍କର୍ମ ମାମଲା ସହ ଜଡ଼ିତ । ତେଣୁ ଗର୍ଭପାତ ପାଇଁ ଅନୁମତି ଦିଆଯାଉ । ପୂର୍ବରୁ ସେ ରାଉରକେଲା ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ, ଯାହାକୁ 'ଜିରୋ ଏଫଆଇଆର' ଭାବେ ରୁଜୁ କରାଯାଇ ପରେ ବିଞ୍ଝାରପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା ।ପୀଡିତାଙ୍କ ଆବେଦନକୁ ଗ୍ରହଣ କରି ଅଦାଲତ ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ଅନୁମତି ଦେବା ସହ ଭ୍ରୁଣର ନମୁନା ସଂଗ୍ରହ କରି ତାହାର ଡିଏନଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅଭିଯୁକ୍ତ ବିରୋଧରେ ପ୍ରମାଣ ଭାବେ ବ୍ୟବହୃତ ହେବ । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ କୋର୍ଟ କହିଛନ୍ତି ।

    ଏନେଇ ଆବେଦନକାରୀଙ୍କ ଓକିଲ ସୁଶାନ୍ତ ଶେଖର ପରିଡା କହିଛନ୍ତି, ପୀଡିତା ଗର୍ଭପାତ ପାଇଁ ପ୍ରଥମେ ଏସଡିଜେଏମରେ ଆବେଦନ କରି ଗର୍ଭପାତ ପାଇଁ ଅନୁମତି ମାଗିଥିଲେ ଯାହା ଖାରଜ ହୋଇ ଯାଇଥିଲା । ପରେ ସେ ଯାଜପୁର ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ । ସେଠାରେ ମଧ୍ୟ ଖାରଜ ହୋଇ ଯାଇଥିଲା । ଏହା ପରେ ପୀଡିତା ହାଇକୋର୍ଟର ହ୍ୱାରସ୍ଥ ହୋଇଥିଲେ । ଏହାର ଆଜି ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି ।’

    Maximum 500 characters

    ରାଜ୍ୟ ଖବର View all

    Find Us on Facebook