Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବଢ଼ିଲା ଅଡୁଆ; ଗିରଫ୍ ପରୱାନା ଜାରିକଲେ ହାଇକୋର୍ଟ

    Share on :
    ajab-Image
    Date: Jan 21, 2026    Views: 3653

    କଟକ: ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଡୁଆ ବଢ଼ିଲା । ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ଆଇଏଏସ୍ ଅଧିକାରୀ ଅରବିନ୍ଦ ଅଗ୍ରୱାଲ । ଅରବିନ୍ଦଙ୍କ ବିରୋଧରେ ଗିରଫ୍ ପରୱାନା ଜାରି କଲେ ହାଇକୋର୍ଟ ।ଅଦାଲତ ଅବମାନନା ମାମଲାରେ ୱାରଣ୍ଟ ଜାରି । ଆସନ୍ତା ୨୨ ତାରିଖରେ ହାଜର କରାଇବାକୁ ପୋଲିସକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୨ ତାରିଖ ମଧ୍ୟରେ କୋର୍ଟଙ୍କ ନିର୍ଦେଶ ପାଳନ କରିଥିଲେ ଗିରଫଦାରୀରୁ ମୁକ୍ତି ମିଳିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
    କୁଜଙ୍ଗ କଲେଜର ଅବସରପ୍ରାପ୍ତ ରିଡର ତପନ ପଟ୍ଟନାୟକଙ୍କ ମାମଲାରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ମାମଲାରୁ ସ୍ପଷ୍ଟ ଯେ, ଆବଦେନକାରୀଙ୍କ ଇନକ୍ରିମେଣ୍ଟର ଗୋଟିଏ ଦିନ ପୂର୍ବରୁ ସେ ଅବସର ଗ୍ରହଣ କରିଥିଲେ । ଅନୁରୂପ ଭାବେ ଅବସର ଗ୍ରହଣ କରିଥିବା ଏକାଧିକ ବ୍ୟକ୍ତି ଇନକ୍ରିମେଣ୍ଟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଥମେ ହାଇକୋର୍ଟ ପରେ ସୁପ୍ରିମକୋର୍ଟ ପଯ୍ୟନ୍ତ ମମାଲା ପହଞ୍ଚିଥିଲା ।
    ସୁପ୍ରିମକୋର୍ଟ ମାମଲାକୁ ବିଚାର କରି ସମାନ ଫୁଟିଂରେ ଥିବା ସମସ୍ତ ଅବସର ପ୍ରାପ୍ତ ଅଧ୍ୟାପକଙ୍କୁ ଇନକ୍ରିମେଣ୍ଟ ଦେବା ପାଇଁ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ତ୍ବେ ଇନକ୍ରିମେଣ୍ଟ ନମିଳିବାରୁ ଆବଦେନକାରୀ ତପନ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ଆବଦେନକାରୀଙ୍କୁ ବିକେୟା ଇନକ୍ରିମେଣ୍ଟ ଦେବା ଲାଗି ହାଇକୋର୍ଟ ନିର୍ଦେଶ ଦେଇଥିଲେ । ଏହା ସତ୍ତ୍ୱେ ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ନହେବାରୁ ଆବଦେନକାରୀ ଉଚ୍ଚ ଶିକ୍ଷା ସଚିବ ଡକ୍ଟର ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ ଅଦାଲତ ଅଵମାନନା ମାମଲା ରୁଜୁ କରିଥିଲେ ।ଏହା ପୂର୍ବରୁ ପୁରୀ ଜିଲ୍ଲାପାଳ ଥିବା ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବିରେ ପୁରୀ ସିଂହଦ୍ଵାର ଥାନାରେ ଦିଆଯାଇଥିଲା ଏତଲା । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ମିଳିବା ନେଇ ସେ ମିଛ କଥା କହିଥିବାରୁ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବି କରିଥିଲା ପୁରୀର ଜଗନ୍ନାଥ ସେନା । ଏନେଇ ସଂଗଠନ ପକ୍ଷରୁ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କ ନାଁରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଥିଲା । ଅନ୍ୟପଟେ ତତ୍କାଳୀନ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ ଦାବି କରିଥିଲେ । ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ ଜଗନ୍ନାଥ ସ୍ବାଇଁ ମହାପାତ୍ର । ଭିତର ରତ୍ନଭଣ୍ଡାରର ତିନିଟି ତାଲା ମଧ୍ୟରୁ ଦୁଇଟି ସିଲ୍ ନଥିବାରୁ ରତ୍ନଭଣ୍ଡାରରେ କୌଣସି ଏପଟ ସେପଟ ହୋଇଥିବା ଆଶଙ୍କା କରିଥିଲେ, ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହି । ଅନ୍ୟପଟେ ମହାପ୍ରଭୁଙ୍କ ବହୁଦୁର୍ଲଭ ରଘୁନାଥ ବେଶ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହି ଜଗନ୍ନାଥ ସ୍ବାଇଁ ମହାପାତ୍ର ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook