Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିଯୁକ୍ତି ନିୟମିତ ପାଇଁ ଓଟିଇଟି ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

    Share on :
    ajab-Image
    Date: Dec 12, 2025    Views: 3639

    କଟକ: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ଓଟିଇଟି) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, କେବଳ ଦରମା ବୃଦ୍ଧି ପାଇଁ ଆବଶ୍ୟକ।
    ଜଣେ ଗଣଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ଚାକିରିକୁ ରାଜ୍ୟ ସରକାର ଓଟିଇଟି ଯୋଗ୍ୟତା ନ ଥିବା ଦର୍ଶାଇ ନିୟମିତ କରିବାକୁ ମନା କରିଦେଇଥିଲେ। ଏହା ବିରୁଦ୍ଧରେ ସନ୍ଧ୍ୟାରାଣୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଆବେଦନକାରିଣୀଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

    ଅଦାଲତ ଦର୍ଶାଇଛନ୍ତି ଯେ, ନିଯୁକ୍ତି ନିୟମିତ ପାଇଁ ଓଟିଇଟି ବାଧ୍ୟତାମୂଳକ ନୁହେଁ। ଅଧିକାରୀମାନଙ୍କ ତ୍ରୁଟି ଯୋଗୁଁ ଆବେଦନକାରିଣୀଙ୍କୁ ୮ ବର୍ଷର ସେବା ସୁବିଧା ନ ଦେବା ଅସାମ୍ବିଧାନିକ। ଜିଲାପାଳଙ୍କ ଯାଞ୍ଚ ରିପୋର୍ଟକୁ ଅଣଦେଖା କରିବା ଭୁଲ ଥିଲା।

    କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରିଣୀଙ୍କୁ ୨୦୦୮ ମସିହା ଫେବ୍ରୁଆରୀ ୨ ତାରିଖରୁ ନିୟମିତ ବୋଲି ଧରାଯାଉ ଏବଂ ସମସ୍ତ ଆର୍ଥିକ ଲାଭ ତିନି ମାସ ମଧ୍ୟରେ ପ୍ରଦାନ କରାଯାଉ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook