Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୨ଟି ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ୧.୭୩ କୋଟି ଟଙ୍କା ମଞ୍ଜୁର

    Share on :
    ajab-Image
    Date: Feb 23, 2026    Views: 2889

    ଭୁବନେଶ୍ଵର:ଆମ ଗୌରବ ଆମ କଲେଜ ଯୋଜନା ଅଧୀନରେ ରାଜ୍ୟରେ ଗୋଟିଏ ବିଶ୍ୱ ବିଦ୍ୟାଳୟ ଏବଂ ୧୧ଟି ମହାବିଦ୍ୟାଳୟର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ରେଭେନ୍ସା ବିଶ୍ୱ ବିଦ୍ୟାଳୟ, କଟକ, ଆଗଲପୁର ପଞ୍ଚାୟତ ସମିତି (ଡିଗ୍ରୀ) ମହାବିଦ୍ୟାଳୟ, ରୋଥ, ବଲାଙ୍ଗୀର, ବିଜେପୁର (ଡିଗ୍ରୀ) ମହାବିଦ୍ୟାଳୟ, ବରଗଡ଼, ସାଲେପୁର (ସ୍ୱୟଂ ଶାସିତ) ମହାବିଦ୍ୟାଳୟ, କଟକ, ବିରେନ ମିତ୍ର ମେମୋରିଆଲ ମହିଳା (ଡିଗ୍ରୀ) ମହାବିଦ୍ୟାଳୟ,କଟକ, ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ, କାଲା, ଦେଓଗଡ଼, ହିନ୍ଦୋଳ (ଡିଗ୍ରୀ) ମହାବିଦ୍ୟାଳୟ, ଢେଙ୍କାନାଳ, ମହିମା ଡିଗ୍ରୀ ମହାବିଦ୍ୟାଳୟ, ଝାରସୁଗୁଡ଼ା, ବେଲଗୁଣ୍ଠା ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ, ଗଞ୍ଜାମ, ନାକଟିଦେଉଳ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁର, ସରକାରୀ (ସ୍ୱୟଂ ଶାସିତ) ମହାବିଦ୍ୟାଳୟ, ଫୁଲବାଣୀ, କନ୍ଧମାଳ ଏବଂ ଯଶୋଦା ବିଷ୍ଣୁ ମହାବିଦ୍ୟାଳୟ, ସୁନ୍ଦରଗଡ଼ ଆଦିର ବିକାଶ ପାଇଁ ୧.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।

    ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଏବଂ ଶୈକ୍ଷିକ ପ୍ରକଳ୍ପର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ସହ ପାଠାଗାର, ଲାବ୍ରୋଟୋରୀ, କ୍ରୀଡ଼ା ଓ ଆକାଡ଼େମିକ କମ୍ପ୍ଲେକ୍ସ ନିର୍ମାଣ, ୱାଇଫାଇ ସୁବିଧା ଉପଲବ୍ଧ କରାଇବା, ସିସିଟିଭି କ୍ୟାମେରା ଲଗାଇବା ଆଦି କାର୍ୟ୍ୟରେ ଏହି ଅର୍ଥକୁ ଖର୍ଚ୍ଚ କରାଯିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook