Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଖରାଦିନେ କେଉଁ ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ଆସିଥାଏ ଜାଣନ୍ତୁ

    Share on :
    ajab-Image
    Date: Mar 9, 2026    Views: 2642

    ଖରାଦିନରେ ଥକ୍କି ପଡୁଛନ୍ତି କି? ଏଥିରୁ ମୁକ୍ତି ପାଇଁ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ।  ନଚେତ ନାନା ରୋଗର ଶିକାର ହେବା ସମ୍ଭାବନା ଥାଏ। ଜାଣନ୍ତୁ ଖରାଦିନେ କେଉଁ ଖାଦ୍ୟ ଖାଇଲେ ଶରୀର ପାଇଁ ଲାଭଦାୟକ ହେବା ସହ ଶକ୍ତି ଆସିଥାଏଟ୍ଟ

    ୧. ଏକ ଡାକ୍ତରୀ ତଥ୍ୟରୁ ଜଣାପଡ଼ିଛି, ଖରାଦିନେ ଗଜା ଜାତୀୟ ଖାଦ୍ୟ ଖାଇବା ଶରୀର ପାଇଁ ବହୁ ଉପକାରୀ। ଏଥିସହିତ ପ୍ରତିଦିନ ଟମାଟୋ ଖାଆନ୍ତୁ। ଏଥିରେ ଥିବା ଲାଇକୋପିନ ନାମକ ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା ଶରୀରକୁ ସୁସ୍ଥ ରଖେ। ଏହା ସହ ଟମାଟୋରେ ଥିବା ଭିଟାମିନ ‘କେ’, ଭିଟାମିନ ‘ଡି’ ଏବଂ ଫାଇବର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ।

    ୨. ସେହିପରି କମଳା, ଲେମ୍ବୁ, ଅଁଳା ପରି ଫଳ ଖରାଦିନେ ଖାଆନ୍ତୁ। ଏଥିରେ ପ୍ରଚୁରମାତ୍ରାରେ ଭିଟାମିନ ‘ସି’ରହିଥାଏ। ତେଣୁ ଏହିସବୁକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ।


    ୩. ଖରାଦିନେ ମଧ୍ୟ ରସୁଣ ଖାଆନ୍ତୁ। ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଏଲିସିନ୍‌ ନାମକ ଏକ ତତ୍ତ୍ୱ ରହିଛି, ଯାହା ବ୍ୟାକ୍ଟେରିଆ ସହ ଲଢ଼ିବାର କ୍ଷମତା ଦେଇଥାଏ। ତେଣୁ ଖାଦ୍ୟରେ ପ୍ରତିଦିନ ରସୁଣକୁ ସାମିଲ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଅଲସର ଓ କ୍ୟାନସର ଭଳି ରୋଗର ଆଶଙ୍କା ଦୂର ହୋଇଥାଏ। ରସୁଣ ଖାଇଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ।


    ୪. ସେହିପରି ଖରାଦିନେ ବାଦାମ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ। ବାଦାମ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ବାଦାମରେ ଥିବା ଭିଟାମିନ ‘ଇ’ ଶରୀର ପାଇଁ ବହୁ ଉପକାରୀା

    Maximum 500 characters

    ବିଶେଷ View all

    Find Us on Facebook