ମୁଖ୍ୟ ଖବର
ଭୁବନେଶ୍ଵର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ପଶ୍ଚିମରୁ ଉପକୂଳ। ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି। ସାଢେ ୧୧ଟା ସୁଦ୍ଧା ଭୁବନେଶ୍ଵର ତାପମାତ୍ରା ୩୮ ଡିଗ୍ରୀ ଓ ଆର୍ଦ୍ରତା ୫୧ % ରେକର୍ଡ ହୋଇଛି। ରାଜଧାନୀରେ ୪୯ ଡିଗ୍ରୀ ପରି ତାତି ଅନୁଭୂତ ହେଉଛି। ସେହିପରି ସମ୍ଵଲପୁରରେ ୩୬.୬, ଝାରସୁଗୁଡ଼ାରେ ୩୬, ହୀରାକୁଦରେ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସକାଳ ସାଢେ ୮ଟାରେ ଭୁବନେଶ୍ଵରରେ ୪୭ ଡିଗ୍ରୀ ଭଳି ତାତି ଅନୁଭବ ହୋଇଛି । ପାରଦ ୩୩ ଡିଗ୍ରୀ ରହିଛି କିନ୍ତୁ ଆର୍ଦ୍ରତା ୭୭ ପ୍ରତିଶତ ଥିବାରୁ ଅସମ୍ଭାଳ ତାତି ଅନୁଭବ ହେଉଛି। ସକାଳ ସାଢେ ୫ଟାରେ ୪୩ ଡିଗ୍ରୀ ଭଳି ତାତି ଅନୁଭବ ହୋଇଛି। ତାପମାତ୍ରା ୩୦ .୮ଡିଗ୍ରୀ ଥିଲା କିନ୍ତୁ ଆର୍ଦ୍ରତା ୮୭ ପ୍ରତିଶତ । ତେଣୁ ଭୟଙ୍କର ଗୁଳୁଗୁଳି ଅନୁଭବ ହୋଇଛି। ଗତକାଲି ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିଲା । ତେବେ ନାକେଦମ କରିଥିଲା ଗରୁମ ସହ ଗୁଳୁଗୁଳି । ତାପମାତ୍ରା ଓ ଆର୍ଦ୍ରତାକୁ ନେଇ ୫୦ ଡିଗ୍ରୀ ଭଳି ଅନୁଭବ କରିଥିଲେ ରାଜଧାନୀବାସୀ।
Comments ସମସ୍ତ ମତାମତ