Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟିଟିଲାଗଡ଼ ରାଜ୍ୟର ସବୁଠୁ ତତଲା ସହର

    Share on :
    ajab-Image
    Date: Apr 15, 2026    Views: 3700

    ଭୁବନେଶ୍ୱର: ଜଳୁଛି ଓଡ଼ିଶା। ପଶ୍ଚିମରେ ଅସମ୍ଭାଳ ତାତି। ୪୦ ଡିଗ୍ରୀ ଉପରେ ୮ ସହର। ଗତକାଲି ୪୧.୭ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା ଟିଟିଲାଗଡ଼।  ସେହିଭଳି ସମ୍ବଲପୁର ଏବଂ ହୀରାକୁଦରେ ୪୧.୫ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ଓ ଭବାନୀପାଟଣାରେ ୪୧, ସୋନପୁରରେ ୪୦.୬, ବଲାଙ୍ଗିରରେ ୪୦.୩ ଓ ତାଳଚେରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

    ୩ରୁ ୪ ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ପୂର୍ବାନୁମାନ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୁର୍ବାନୁମାନ କରିଛି। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ ବୋଲି ସତର୍କତା ଜାରି କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook